ବିନା ଦୋଷରେ ଜେଲରେ କଟିଲା ୪୦ ବର୍ଷ, ମୁକୁଳିବା ପରେ ୧୪୯ କୋଟି ଟଙ୍କା କ୍ଷତିପୂରଣ

ବିନା ଦୋଷରେ ଜଣେ ବ୍ୟକ୍ତି ୪୦ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି । ତାଙ୍କ ଉପରେ ପ୍ରେମିକା ଓ ପୁଅକୁ ହତ୍ୟା କରିବା ଅଭିଯୋଗ ଆସିଥିଲା । ଏହି ଅଭିଯୋଗରେ ତାଙ୍କୁ ଜେଲ ପଠାଯାଇଥିଲା । ମାତ୍ର ସେ ନିଜକୁ ନିର୍ଦୋଷ ବୋଲି ଦାବି କରୁଥିଲେ । ଶେଷରେ ଯେତେବେଳେ ସେ ନିର୍ଦୋଷ ସାବ୍ୟସ୍ତ ହେଲେ ସେତେବେଳକୁ ୪୦ ବର୍ଷ ବିତି ସାରିଥିଲା । ଅର୍ଥାତ ବିନା ଦୋଷରେ ତାଙ୍କୁ ୪୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଲା । ପରେ ତାଙ୍କୁ ବିନା ଦୋଷରେ ଜେଲ ପଠାଯାଇଥିବାରୁ ତାଙ୍କୁ ମିଳିଥିଲା ୧୪୯ କୋଟି ଟଙ୍କା କ୍ଷତିପୂରଣ । ଘଟଣାଟି କାଲିଫର୍ନିଆରେ ଘଟିଛି ।

ଇଂଲଣ୍ଡରୁ ପ୍ରକାଶିତ ଇଣ୍ଡିପେଣ୍ଡେଣ୍ଟ ଖବରକାଗଜ ଅନୁସାରେ   ଏହି ବ୍ୟକ୍ତି ଜଣଙ୍କ ସିମି ଓ୍ୱେଲିର ଅଧିବାସୀ। ଓ ତାଙ୍କ ନାମ କ୍ରିଗ କାଲୋ।   ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ୧୯୭୮ରେ ସେଠାକାର ପୁଲିସ ଗିରଫ କରିଥିଲା । ଏହାପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ମାତ୍ର ସେ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ଅଦାଲତର ଦ୍ବାରସ୍ଥ ହୋଇଥିଲେ । ଶେଷରେ ୧୯୧୭ ମସିହାରେ ତାଙ୍କର ବିଚାର ଶେଷ ହୋଇଥିଲା ଏବଂ ସେ ନିର୍ଦୋଷ ପ୍ରମାଣିତ ହୋଇଥିଲେ ।

ଏହି ସମୟ ମଧ୍ୟରେ କ୍ରିଗ୍ ନିଜ ପରିବାରକୁ ହରାଇଥିଲେ । ତାଙ୍କ ବାପା-ମାଙ୍କର ପରଲୋକ ହୋଇ ଯାଇଥିଲା । ମାତ୍ର ଯେତେବେଳେ ଡ଼ିଏନଏ ଟେଷ୍ଟ ରିପୋର୍ଟ ଆସିଲା ସେତେବେଳେ କ୍ରିଗ ନିର୍ଦୋଷ ବୋଲି ପ୍ରମାଣିତ ହୋଇଥିଲେ । କାଲିଫର୍ଣିଆ ସହର ପ୍ରବନ୍ଧକଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ କ୍ରିଗ୍ ଗତ ୪୦ ବର୍ଷ ମଧ୍ୟରେ ଯେଉଁ କ୍ଷତି ସହିଛନ୍ତି ଓ ଯେଉଁ ପରିସ୍ଥିତିରେ ଗତି କରୁଛନ୍ତି ତାହା ଅବର୍ଣନୀୟ । ତେଣୁ ତାଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ମିଳିଛି । ଏହି କ୍ଷତିପୂରଣ ତାଙ୍କର ଜୀବନର ଖୁସିକୁ ତ ଫେରାଇ ପାରିବ ନାହିଁ, ତଥାପି ଆଗାମୀ ଦିନରେ ସେ ସୁଖରେ ରହିବେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି ।

Comments are closed.