ଫଳରସରେ ତ୍ବଚାର ଯତ୍ନ

ଘରୋଇ ଉପାୟରେ ଫଳ ଓ ପନିପରିବାର ଉପଯୋଗ କରି ତ୍ବଚାର ଯତ୍ନ ନେଇହେବ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ଫଳ ରସ ନିୟମିତ ପିଇଲେ ତ୍ବଚା ଭାଙ୍ଗ ଦୂର ହେବା ସହ କେଶକୁ ମଧ୍ୟ ପୋଷକତତ୍ତ୍ବ ମିଳେ।
– ଆଣ୍ଟିଅକ୍ସିଡାଣ୍ଟ ଭରପୂର ଆଖୁରସ ପିଇବା ସହ ବେସନ ପ୍ୟାକ୍‌‌ରେ ଆଖୁରସ ମିଶାଇ ଲଗାଇଲେ ବିଭିନ୍ନ ପ୍ରକାରର ଦାଗ ଦୂର ହୋଇଥାଏ। ଆଖୁରସ ପିଇଲେ ତ୍ବଚାରୁ ବୟସର ଛାପ ଦୂର ହେଉଥିବାର ଅନୁଧ୍ୟାନରୁ ପ୍ରକାଶ।
– ଶରୀରକୁ ଶୀତଳତା ପ୍ରଦାନ କରୁଥିବା ତରଭୁଜ ରସ ମଧ୍ୟ ତ୍ବଚା ଉପରେ ଉତ୍ତମ ପ୍ରଭାବ ପକାଏ। ତରଭୁଜ ରସକୁ ଆଇସ୍‌ କ୍ୟୁବ୍‌ କରି ତ୍ବଚାରେ ମାଲିସ୍ କଲେ ସନ୍-ଟ୍ୟାନ୍‌ରୁ ରକ୍ଷା ମିଳେ।
– ସେଓ ରସ ମଧ୍ୟ ତ୍ବଚାକୁ ଉତ୍ତମ ଖୋରାକ୍ ଯୋଗାଇଥାଏ। ସେଓ ରସ ୨ ଚାମଚରେ ମହୁ ମିଶାଇ ତ୍ବଚାରେ ଲଗାଇଲେ ରଙ୍ଗ ସଫା ହେଉଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ। n

Comments are closed.