ଶୁକ୍ରବାର ରାଶିଫଳ (୦୯.୦୪.୨୦୨୧)

ମେଷ: କାର୍ୟ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ଯଶସ୍ୱୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ ଓ ଅର୍ଥ ପ୍ରାପ୍ତ ହେବେ।
ବୃଷ: ସମ୍ମାନିତ ହେବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ପାରିବାରିକ ସ୍ନେହ ରହିବ।
ମିଥୁନ: ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରବଳ ଉଦ୍ୟୋଗୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: କାର୍ୟ୍ୟରେ ବିଘ୍ନ ଉପୁଜି ପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ।
ସିଂହ: ବନ୍ଧୁ ମିଳନ ଘଟିବ। ବ୍ୟବସାୟ ଲାଭଜନକ ହେବ। ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ। ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।
କନ୍ୟା: ସାହସିକ ପଦକ୍ଷେପ ନେଇ ଶତ୍ରୁର ମୁକାବିଲା କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ସୁଖୀ ହେବେ।
ତୁଳା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ।
ବିଛା: ଉଦାର ପ୍ରକୃତିର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭ ମିଳିବ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ଧନୁ : କାର୍ୟ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ମେଳାପୀ ପ୍ରକୃତିର ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
ମକର: ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁରଭାଷୀ ହେବେ। ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ରମାନଙ୍କ ଠାରୁ ସାହାଯ୍ୟ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ମନ ପ୍ରସନ୍ନ ରହିବ। ଆୟ ଆଶାନୁରୂପ ହେବ। ଐଶ୍ୱର୍ୟ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବାକ୍‍ ଯୁଦ୍ଧରେ ବିଜୟୀ ହେବେ। ମାଲିମୋକଦ୍ଦମାର ଫଳ ଆପଣଙ୍କ ସପକ୍ଷରେ ଯିବ। ଧନ ଲାଭର ସୂଚନା ମିଳୁଛି। ରୁଚିକର ଭୋଜନ ମିଳିପାରେ।
ମୀନ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିବେ। କର୍ମଚଞ୍ଚଳ ରହିବେ। ସାମୟିକ ଭାବେ ଏକାନ୍ତ ବାସକୁ ଇଚ୍ଛା କରିବେ। ମଧୁରବାକ୍ୟ ବିନିମୟ କରି ପରକୁ ଆପଣାର କରିପାରନ୍ତି।

Comments are closed.