ଶୁକ୍ରବାର ରାଶିଫଳ(୨୭/୧୧/୨୦୨୦)

ମେଷ : ଯେସାକୁ ତେସାନୀତି ଗ୍ରହଣ କରିପାରନ୍ତି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ : ଶୁଭଯୋଗ ଅଛି। ବିବାଦୀୟ ବିତର୍କରେ ନ ପଶି ନିରବ ଦର୍ଶକ ସାଜି ପାରନ୍ତି। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। କେହି ପଥରୋଧ କରିବାକୁ ଉଦ୍ୟମ କରିବେ। ପୁରୁଷ ପଣିଆ ଦେଖାଇ ପାରନ୍ତି।
ମିଥୁନ : ରୋଜଗାର ଊଣା ହେବ ନାହିଁ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‍କର୍ମା ହୋଇପାରନ୍ତି।
କର୍କଟ : ଦିନଟି ଆନନ୍ଦଦାୟକ ହେବ। ସୁ ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ।
ସିଂହ : ସେବା ମନୋଭାବ ପୋଷଣ କରିପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‍ବ୍ୟବହାର କରି ଉପକୃତ ହେବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା : ବିଭିନ୍ନ ସମସ୍ୟାକୁ ନେଇ ଅନ୍ତରରେ ଦ୍ୱନ୍ଦ୍ୱ ଉପୁଜିପାରେ। ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରେ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
ତୁଳା : ଆନନ୍ଦ ଉତ୍ସବ ଲାଗି ରହିବ। ବହୁ ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତିର ସୂଚନା ମିଳୁଛି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁଖ ଭୋଗ କରିବେ।
ବିଛା : ନିଜ ଜିମାଦାରରେ ଅନ୍ୟକୁ ଉଦ୍ଧାର କରିପାରନ୍ତି। ପ୍ରତିଶୋଧ ପରାୟଣ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ଧନୁ : ଯାହା ଚାହିଁବେ; ତାହା କରିପାରିବେ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଉତ୍‍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବକ ହେବେ।
ମକର : ଯାତ୍ରାପଥ ସୁଗମ ଓ ଫଳଦାୟକ ହେବ। ଲୋକ ସଂପର୍କ ବୃଦ୍ଧି ପାଇବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷିରୁ ଲାଭ ମିଳିବ।
କୁମ୍ଭ : ଯୋଗାଯୋଗରେ ସଫଳତା ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମୀନ : କାର୍ଯ୍ୟ ଉତ୍ସାହପ୍ରଦ ହେବ। ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିବା କଷ୍ଟକର ହେବ। ଦେବ ବ୍ରାହ୍ମଣ ଭକ୍ତ ହୋଇପାରନ୍ତି। ନିଜର ସଫଳତା ପାଇଁ ପତ୍ନୀଙ୍କୁ ଶ୍ରେୟ ଦେଇପାରନ୍ତି। ଧର୍ମାସକ୍ତ, ମତିମାନ୍‍ ଓ ପୁତ୍ର, ମିତ୍ର ସୁଖ ଭୋଗୀ ହେବେ।

Comments are closed.