ଶୁକ୍ରବାର ରାଶିଫଳ(୧୬ ଅକ୍ଟୋବର ୨୦୨୦)

ମେଷ: ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତି ଶତ୍ରୁର ଆହ୍ୱାନରେ କ୍ରୋଧିତ ହେବେ। ଓ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଦିନଟି ଶୁଭଙ୍କର। ଋଣ ପରିଶୋଧ କରିପାରନ୍ତି। ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ରର ପ୍ରାୟ ସମଫଳ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟ ତୃପ୍ତିଦାୟକ ହେବ। ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୃତ୍ତିକା ଓ ମୃଗଶିରାର ସାମାନ୍ୟ ଶୁଭ।
ମିଥୁନ: ଆଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ପରୋପକାରୀ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ଧନଲାଭ ହେବ। ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ଭୁଲ ବୁଝାମଣାର ବଶବର୍ତ୍ତୀ ହେବେ।
କର୍କଟ: ଅଶ୍ଳେଷା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରିପାରନ୍ତି। ଠାକୁର ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ପାଇବେ। ପୁଷ୍ୟା ନକ୍ଷତ୍ରର ଅଶାନ୍ତି ହ୍ରାସ ହେବ।
ସିଂହ: ପୁର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନାଗମ ହେବ। ଶିଳ୍ପୋଦ୍ୟୋଗୀ ହେବେ। ଧାର୍ମିକ ହେବେ। ଚଞ୍ଚଳ ଚେଷ୍ଟିତ ହେବ। ନୀତିନିଷ୍ଠ ହୋଇପାରନ୍ତି। ଉତ୍ତରା ଫାଲଗୁନୀ ଓ ମଘା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ।
କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ଭକ୍ତିଭାବରେ, ଭଗବତ୍‍ ପ୍ରାପ୍ତ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଅଧିକ ରୋଜଗାରକ୍ଷମ ହୋଇପାରନ୍ତି। ସ୍ୱାସ୍ଥ୍ୟବାନ୍‍ ହେବେ। ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ।
ତୁଳା: ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ଶାନ୍ତ ଓ ନିପୁଣ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଧାର୍ମିକ ପ୍ରବର ହୋଇପାରନ୍ତି। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଧର୍ମ ମାର୍ଗରେ ବ୍ୟୟ କରିବେ।
ବିଛା: ବିଶାଖା ଓ ​‌େଜ୍ୟଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସୁଯୋଗର ଉପଯୋଗ କରିବେ। ମୂଲ୍ୟବାନ୍‍ ଦ୍ରବ୍ୟଲାଭ ହେବ। ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅନୁରାଧା ନକ୍ଷତ୍ର ବ୍ୟକ୍ତି ସମଫଳ ପାଇ ପାରନ୍ତି।
ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ମୂଳ ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ।
ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ସତ୍‍ସଙ୍ଗୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍‍ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ।
କୁମ୍ଭ: ଶତଭିକ୍ଷା ଓ ପୂର୍ବଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିର ମନସ୍କାମନା ପୂର୍ଣ୍ଣ ହେବ। ବହୁଧନର ଅଧିକାରୀ ହୋଇପାରନ୍ତି। ସୁଖୀ ହେବେ। ନିଜ ସାମର୍ଥ୍ୟର ଉଦାହରଣ ପ୍ରତିପାଦନ କରିପାରନ୍ତି। ବିଭାଗୀୟ ଅର୍ଥ ମିଳିପାରେ। ଧନିଷ୍ଠା ନକ୍ଷତ୍ରର ସତର୍କତାର ଦିନ।
ମୀନ: ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିବେ। ସୁଖକର ଘଟଣା ମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ଉତ୍ତରା ଭାଦ୍ରପଦର ସାମାନ୍ୟ ଫଳ।

Comments are closed.