ଶୁକ୍ରବାର ରାଶିଫଳ (୧୪.୦୮.୨୦୨୦)

ମେଷ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରି ବିଜ୍ଞତାର ପରିଚୟ ଦେବେ। ନୀତିଯୁକ୍ତ ହୋଇପାରନ୍ତି। ବିବିଧ ପ୍ରକାରର ଧନଲାଭ ହେବ। କର୍ମ ଚଞ୍ଚଳ ରହିବେ। କୀର୍ତ୍ତିମାନ୍‍ ଓ ଅତିସୁଖୀ ହୋଇପାରନ୍ତି।
ବୃଷ: ଧର୍ମ-କର୍ମ ସଂପାଦନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଧନବାନ୍‍ ହେବେ। ଉତ୍ତମ ଗୁଣର ଅଧିକାରୀ ହେବେ। ତୃପ୍ତି ଦାୟକ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।
ମିଥୁନ: ଉତ୍ସାହିତ ହୋଇ କାର୍ୟ୍ୟ ସମ୍ପାଦନ କରିବେ। ସୁଖ-ସମ୍ମାନ ଲାଭ କରିବେ। ସୁଖ-ସମ୍ମାନ ଲାଭ କରିବେ। ସଦ୍‍ବ୍ୟୟୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଉନ୍ନତିକର କାର୍ୟ୍ୟ ପାଇଁ ମାର୍ଗ ପ୍ରଶସ୍ତ ରହିଛି।
କର୍କଟ: ମାନ୍ୟତା ପ୍ରାପ୍ତ ହେବେ। ସର୍ବତ୍ର ଶୁଭ ଆଶା କରାଯାଏ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ। ସର୍ବସୁଖ ମିଳିବ।
ସିଂହ: ବିଭିନ୍ନ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଉନ୍ନୟନ କାର୍ୟ୍ୟ ପାଇଁ ପରିସ୍ଥିତି ଅନୁକୁଳ ରହିଛି। ଆୟ ବୃଦ୍ଧି ହେବ। ସରକାରୀ ଧନ ପାଇ ପାରନ୍ତି। ଗୃହ ପରିବେଶ ଆନନ୍ଦଦାୟକ ହେବ। ଗୁଣଜ୍ଞ ହେବେ। ବହୁବିଧ ଧନର ଅଧିକାରୀ ହେବେ।
କନ୍ୟା: ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଧନବାନ୍‍ ହେବେ। ଏପରି କାର୍ୟ୍ୟ କରି ଯେଉଁଥିରେ କି ମହିଳା ଗୋଷ୍ଠୀଙ୍କର ବିଶ୍ୱାସ ଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ଯାହା ଇଚ୍ଛା କରିଥିବେ ତାହା ପାଇବେ। ଅଧିକ ପରିଶ୍ରମରେ କ୍ଲାନ୍ତ ହୋଇ ବିଶ୍ରାମ ଗ୍ରହଣ କରିପାରନ୍ତି। ସ୍ୱାଭିମାନୀ ହେବେ। ଅଷ୍ଟମଚନ୍ଦ୍ର ଭୋଗ ଯୋଗୁଁ ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ଜଳଯାତ୍ରା ମନା। ଯାନବାହନରେ ସତର୍କ ହେବେ।
ବିଛା: ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସ୍ୱୟଂ ସହାୟିକା ହେବେ। ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ସେବା ମନୋଭାବର ହେବେ।
ଧନୁ: ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ଆଖିରେ ଗୁଣ୍ଡ ପଡି ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅସାଧ୍ୟ ସାଧନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। କର୍ମଯୋଗୀ ହେବା ଆଶା କରାଯାଏ। ସେବା ମନୋଭାବର ହେବେ।
ମକର: ମାନସିକ ସଂଯମତା ରକ୍ଷା କଲେ ପ୍ରଶଂସା ମିଳିବ। ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି। ସଂଗ୍ରାମୀ ହେବା ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ସନ୍ତାନ ଲାଭର ଆଶା ଅଛି। ଉଦ୍ୟୋଗୀ ହେବେ। ସମ୍ମାନିତ ହୋଇପାରନ୍ତି।
କୁମ୍ଭ: ଅଭିଷ୍ଟ ପୂରଣ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବା ଆଶା କରାଯାଏ। ପୁଣ୍ୟ କାର୍ୟ୍ୟରେ ନିଜକୁ ନିୟୋଜିତ କରିବେ। ଗୃହ ସୁଖ ମିଳିବ। କୃଷକମାନଙ୍କର ସହାୟକ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଦାନ ଧର୍ମରେ ଦୀକ୍ଷିତ ହେବେ।
ମୀନ: ଉପୁଜିଥିବା ସମସ୍ୟାର ସୁସମାଧାନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ।

Comments are closed.