ଶୁକ୍ରବାର ରାଶିଫଳ(୧୦/୦୭/୨୦୨୦)

ମେଷ: କାର୍ଯ୍ୟ ହାସଲ କରିବାକୁ ହେଲେ ଶକ୍ତି ପ୍ରୟୋଗ କରିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଭଲ ଆୟ ହେବ।
ବୃଷ: କାର୍ଯ୍ୟରେ ସଫଳତା ମିଳିବ। ଆୟ ପରିମାଣ ବୃଦ୍ଧି ପାଇବ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ଓ ଯଶସ୍ବୀ ହେବେ। ବ୍ୟବସାୟ ଭଲରେ ଚାଲିବ।
ମିଥୁନ: ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ମନା।
ସିଂହ: ନିର୍ଭୟରେ କାର୍ଯ୍ୟ କରି ଚାଲିବେ। ଭୋଜନରେ ଅଶାନ୍ତି ଦେଖା ଦେଇପାରେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
କନ୍ୟା: ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶତ୍ରୁକୁ ପରାସ୍ତ କରିବାରେ ସକ୍ଷମ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚାକିରିକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ଚକ୍ଷୁପୀଡ଼ା ଉପୁଜିପାରେ।
ତୁଳା: କାର୍ଯ୍ୟକ୍ଷେତ୍ର ଶୃଙ୍ଖଳିତ କରିବାରେ ସକ୍ଷମ ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। ବିଭିନ୍ନ ଦିଗରୁ ଅର୍ଥଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
ବିଛା: ଉଦାର ପ୍ରକୃତିର ହୋଇପାରନ୍ତି। ସୁଖୀ ଓ ଦାନଶୀଳ ହେବେ। ବ୍ୟକ୍ତିତ୍ବ ନିକଟରେ ଅନ୍ୟମାନେ ନତମସ୍ତକ ହେବେ। ସ୍ବାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହୋଇପାରନ୍ତି। ବୁଦ୍ଧିମାନ୍‌ ହେବେ। ଯାନବାହନ ସୁଖ ମିଳିବ।
ଧନୁ: ମନ ପ୍ରସନ୍ନ ରହିବ। ଈଶ୍ବରବିଶ୍ବାସୀ ହେବେ। ସୁଭାଷୀ ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଲୋକପ୍ରିୟତା ଅର୍ଜନ କରିବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଭକ୍ତି ଆଦର ଓ ସମ୍ମାନ ମିଳିବ। ସତର୍କତାର ଦିନ।
ମକର: ଯାହା ଇଚ୍ଛା କରୁଥିବେ, ତାହା ମିଳିପାରେ। କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ପଡ଼ିବ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପିୟ ହେବେ।
କୁମ୍ଭ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ସୈନିକମାନେ ରଣାଙ୍ଗନରେ ପାରଙ୍ଗମ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବା ସହ ମୋକଦ୍ଦମା ଖର୍ଚ୍ଚ ବାବଦକୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ।
ମୀନ: ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି। ବିଜୟୀ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। କର୍ମଚଞ୍ଚଳ ରହିବେ। ଧାର୍ମିକ ପ୍ରବୃତ୍ତିର ହେବେ। ମଧୁରଭାଷୀ ଓ ସାହସୀ ହେବେ।

Comments are closed.