ଶୁକ୍ରବାର ରାଶିଫଳ

ମେଷ: ଅଧିକ ବ୍ୟୟକୁ ରୋକିବା ପାଇଁ ଆପଣଙ୍କ ପକ୍ଷେ ଦୂରୁହ ହୋଇପାରେ। କାର୍ଯ୍ୟ ସଫଳତା ମିଳିବ; ମାତ୍ର ବିଳମ୍ବରେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଶୁଭ ଦିନ।
ବୃଷ: ଅତୀତ କାର୍ଯ୍ୟରେ ସଫଳତା ଲାଭ କରିବେ। ଆୟ ବୃଦ୍ଧି ହେବାର ସୁଯୋଗ ଜୁଟିଛି। କାର୍ଯ୍ୟର ସଫଳ ରୂପାୟନ କରିବେ; ମାତ୍ର ବିଳମ୍ବରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ଗୁଣଜ୍ଞ ଓ କୀର୍ତ୍ତିମାନ୍‌ ହେବେ।
ମିଥୁନ: କାର୍ଯ୍ୟକୁ କରାୟତ୍ତ କରିବେ। ସର୍ବାଙ୍ଗୀନ ଉନ୍ନତି ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ସରକାରୀ ଅର୍ଥ ମିଳିବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ। ଉତ୍ତମ ଗୁଣଯୁକ୍ତ ହେବେ।
କର୍କଟ: ଉପୁଜି ଥିବା ସମସ୍ୟାର ସମାଧାନ ହେବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ମନ ପ୍ରସନ୍ନ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ମାନ୍ୟତା ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟବାନ୍‌ ହେବେ।
ସିଂହ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକ ସ୍ତରରେ ଅଶାନ୍ତି ଉପୁଜି ପାରେ। ସ୍ବାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଚୌର ଭୟ ଅଛି। ସରକାରଙ୍କ କ୍ରୂର ଦୃଷ୍ଟି ଯୋଗୁ ଅସୁବିଧାର ସମ୍ମୁଖୀନ ହେବେ।
କନ୍ୟା: ଜଟିଳ ସମସ୍ୟାର ସୁସମାଧାନ ହୋଇପାରେ। ବନ୍ଧୁମାନଙ୍କ ସାହାଯ୍ୟ ପାଇ ଖୁସି ହୋଇପାରନ୍ତି। ଉପୁଜି ଥିବା ସମସ୍ୟା ଦୂର ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ପଦୋନ୍ନତି ମିଳିପାରେ। ଗୁଣର ବିକାଶ ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।
ତୁଳା: କାର୍ଯ୍ୟ ଦକ୍ଷତା ପ୍ରକାଶ ପାଇବ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ମାନ୍ୟତା ପ୍ରାପ୍ତ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ୍‌ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।
ବିଛା: ଯେତେ ସମସ୍ୟା ଉପୁଜିଲେ ବି ଧୈର୍ଯ୍ୟହରା ହେବେ ନାହିଁ। ନିରବ ଚିନ୍ତନ ଫଳଦାୟକ ହୋଇପାରେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଭଲରେ ଚାଲିବ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି।
ଧନୁ: ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ସ୍ବାଧୀନ ଚିନ୍ତାଧାରା ନେଇ କିଛି କରିବା ପୂର୍ବରୁ ବିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶ ନିଅନ୍ତୁ। କୃଷିକର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖ ଭୋଗ କରିବେ। ଉତ୍ତମ ଗୃହରେ ରହିବେ।
ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଅର୍ଥାଗମର ସୂଚନା ମିଳୁଛି। ଉନ୍ନତ ମାର୍ଗରେ ଆଗକୁ ବଢ଼ିପାରନ୍ତି। ସତ୍‌ଚିନ୍ତା ଆପଣଙ୍କୁ ମହାନ୍‌ କରିପାରନ୍ତି।
କୁମ୍ଭ: ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି। କୀର୍ତ୍ତିଶାଳୀ ହେବେ। ସହିଷ୍ଣୁ ହୋଇପାରନ୍ତି। ପ୍ରଫୁଲ୍ଲ ମୁଖ ଓ ରୂପବାନ୍‌ ହେବେ।
ମୀନ: ଭାଗ୍ୟବାନ୍‌ ହେବେ। ସୁଖ-ସମ୍ମାନ ଲାଭ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ସ୍ବାସ୍ଥ୍ୟବାନ୍‌ ହେବେ। ଚିନ୍ତାଧାରା ମହତ ହେବ।

Comments are closed.