ଶୁକ୍ରବାର ରାଶିଫଳ ( ୧୫-୦୧-୨୦୨୧ )

ମେଷ: ଶୁଭ ଖବରଟିଏ ମିଳିପାରେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କୀର୍ତ୍ତିମାନ୍‍ ହେବେ। ସ୍ବତ୍ବାଧିକାର ପାଇ ସନ୍ତୁଷ୍ଟ ହେବେ।

ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟିବ; ତା’ର ସଦ୍‍ବ୍ୟବହାର କରି ଆତ୍ମସନ୍ତୋଷ ମିଳିବ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଭକ୍ତି ରସାତ୍ମକ ପ୍ରବଚନ ଶୁଣିବେ।

ମିଥୁନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ରାଜପ୍ରସାଦ ସଦୃଶ ଗୃହ ସୁଖ ମିଳିପାରେ। ନବବସ୍ତ୍ର ପରିଧାନ କରିପାରନ୍ତି। ଯାନବାହନ ସୁଖ ମିଳିବ; ମାତ୍ର ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ।

କର୍କଟ: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ସିଂହ: ବନ୍ଧୁ ସହାୟତା ମିଳିବ। ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ ସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କନ୍ୟା: ଆଗାମି ଦିନର କାର୍ଯ୍ୟ କଳାପ ପାଇଁ ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।

ତୁଳା: କଠିନ ପରିଶ୍ରମର ସମ୍ମୁଖୀନ ହେବେ; ମାତ୍ର ଶ୍ରମ ସାର୍ଥକ ହୋଇପାରେ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମାନସିକ ଅଶାନ୍ତିର ଦୂରୀକରଣ ପାଇଁ ଉଦ୍ୟମ ଜାରି ରଖିବେ। ଯାନବାହନରେ ଉତ୍‍ଥାନ ପତନ ଯୋଗ ଅଛି।

ବିଛା: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଠାକୁର ଦର୍ଶନ ଲାଭ କରିପାରନ୍ତି। କାର୍ଯ୍ୟ ଶୈଳୀରେ ସୁଦ୍ଧାର ଆସିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ବିବାଦରେ ବିଜୟୀ ହେବେ।

ଧନୁ: ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପାରାକାଷ୍ଠା ପ୍ରତିପାଦନ କରିପାରନ୍ତି। ଶିଳ୍ପକ୍ଷେତ୍ରରେ ନିଜର ଅଭିଜ୍ଞତା ପ୍ରୟୋଗ କରିବେ। ସର୍ବଦା ହାସ୍ୟ ସୁଖ ରହିବେ। କର୍ମଚଞ୍ଚଳ ରହିବେ। ନୀତି ନିଷ୍ଠ ଭାବେ ଆଦରଣୀୟ ହେବେ।

ମକର: ଆୟର ମାର୍ଗ ଉନ୍ମୁକ୍ତ ରହିଛି। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ।

କୁମ୍ଭ: ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି। ଅନଟନର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଦୁଃଶ୍ଚିନ୍ତା ମଧୁର କଥାରେ ପରକୁ ଆପଣାର କରିବେ। ମହିଳମାନଙ୍କୁ ମାତୃବତ୍‍ ବ୍ୟବହାର କରିବେ।

ମୀନ: ଶୁଭ ସମାଚାର ମିଳିବ। ଆଶ୍ୱସ୍ତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କର୍ମତତ୍ପରତା ପ୍ରକାଶ କରିବେ।

Comments are closed.