ଶୁକ୍ରବାର ରାଶିଫଳ (୧୧। ୯।୨୦୨୦)

ମେଷ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବିଦ୍ୱାନ୍‍ ହେବେ।

ବୃଷ: ଶୁଭକାର୍ଯ୍ୟରେ ବ୍ୟୟ କରିପାରନ୍ତି। ଭାଗ୍ୟଶାଳୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ଲାଭ କରିବେ। ବିଦ୍ୟାପ୍ରେମୀ ହେବେ। ବ୍ୟବସାୟରୁ ଅଧିକ ଧନଲାଭର ସୂଚନା ମିଳୁଛି।

ମିଥୁନ: ଶତ୍ରୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୂଚନା ମିଳୁଛି।

କର୍କଟ: ଆପଣଙ୍କ କାର୍ଯ୍ୟ ଓ ଉଦ୍ୟମ ସଫଳ ହେବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସ୍ନେହବୋଳା କଥା କହି ପରକୁ ଆପଣାର କରିପାରନ୍ତି। ନିଜ ଜ୍ଞାନ ବଳରେ ସାହସୀ ହେବେ।

ସିଂହ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରଗତି ଘଟିବ। ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଆୟ ଆଶାନୁରୂପ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସମ୍ମାନିତ ହେବେ।

କନ୍ୟା: ବହୁ ସୁଯୋଗ ହାତକୁ ଆସିପାରେ। କୁଳ ଉଜ୍ଜ୍ୱଳକାରୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ। ସରକାରୀ କୃପା ଲାଭ କରିବେ।

ତୁଳା: କାର୍ଯ୍ୟ ଉତ୍ସାହଜନକ ହେବ। କର୍ମଚଞ୍ଚଳ ରହିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ବିଛା: ସରକାରୀ କାର୍ଯ୍ୟରେ ତତ୍ପର ହେବେ। ସ୍ୱାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ପରୋପକାରୀ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା କରିବା ମନା।

ଧନୁ: ବନ୍ଧୁ ମିଳନ ଘଟିପାରେ। ସମାଜସେବୀ ଭାବେ ଆପଣଙ୍କୁ ଆଦର ଅଭ୍ୟର୍ଥନା ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ମକର: କାର୍ଯ୍ୟରେ ଗ୍ଳାନି ଉପୁଜି ପାରେ। ଆତ୍ମ ବଡିମାରୁ ଓହରିଯିବା ମଙ୍ଗଳଦାୟକ ହେବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜି ପାରେ। ସୁସ୍ଥ ରହିବେ। ଶତ୍ରୁଜୟୀ ହୋଇପାରନ୍ତି। ଚାକିରିକ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କୁମ୍ଭ: ବହୁ ସୁଯୋଗ ହାତକୁ ଆସିପାରେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ। ଧାର୍ମିକ ଓ ବନ୍ଧୁ ପ୍ରେମୀ ହୋଇପାରନ୍ତି। ତେଜସ୍ୱୀ ହେବେ। ବ୍ୟକ୍ତିତ୍ୱ ବିକଶିତ ହେବ।

ମୀନ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଯାନବାହନ ସୁଖ ମିଳିପାରେ।

Comments are closed.