ଶୁକ୍ରବାର ରାଶିଫଳ (୧୪.୦୫.୨୦୨୧)

ମେଷ: ବିବିଧ ପ୍ରକାର ଧନର ଅଧିକାରୀ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। ଦୃଷ୍ଟ ଚିତ୍ତ ହୋଇପାରନ୍ତି। ଅତିସୁଖୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ସହିଷ୍ଣୁ ହେବେ।
ବୃଷ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁଙ୍କ ସାନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅଯଥା ବିତର୍କରେ ଭାଗ ନେଇ ଚୁପ୍‌ ରହିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଶତ୍ରୁତା ବୃଦ୍ଧି ହୋଇପାରେ। କ୍ରୋଧ ସମ୍ବରଣ କଲେ ଜନାଦ୍ରୁତ ହେବେ। ମଧୁର ଭାଷାରେ ପରକୁ ନିଜର କରିପାରନ୍ତି।
କର୍କଟ: ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ଲାଭ ମିଳିବ। କରିତ୍‌କର୍ମା ହେବେ।
ସିଂହ: ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କନ୍ୟା: କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‌ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସପତ୍ନୀକ ଶୁଭକାର୍ଯ୍ୟରେ ଯୋଗଦାନ କରି ସନ୍ତୁଷ୍ଟ ହେବେ।
ତୁଳା: ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ରହିପାରନ୍ତି। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭକାର୍ଯ୍ୟ ବର୍ଜନୀୟ। ଉତ୍ତମ ମିତ୍ରଙ୍କ ସାନିଧ୍ୟ ପାଇ ଖୁସି ହେବେ। ପୁତ୍ର ସନ୍ତାନ ଲାଭର ସୂଚନା ମିଳୁଛି। ବଚନ ମଧୁର ହେତୁ ଆଦରଣୀୟ ହେବେ।
ବିଛା: ଶାରୀରିକ ଦୁର୍ବଳତା ଅନୁଭବ କରୁଥିଲେ ବି ବହୁ ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରକୁ ଉଳମୟ କରି ପାରନ୍ତି। ଶୁଭକାଙକ୍ଷୀ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
ଧନୁ: ବହୁମିତ୍ରଙ୍କ ସହାୟତା ପାଇ ଖୁସି ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ମକର: ବନ୍ଧୁ ସୁଖ ମିଳିପାରେ। ଅଧ୍ୟପନାର ପ୍ରସ୍ତୁତ ସ୍ବରୂପ ଅଧ୍ୟୟନରତ ହେବେ। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧାର୍ମିକ ଓ ତେଜସ୍ବୀ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି।
କୁମ୍ଭ: ସନ୍‌ମାର୍ଗୀ ହେବେ। ବିବେକୀ ବ୍ୟକ୍ତି ଭାବେ ଲୋକପ୍ରିୟତା ଅର୍ଜନ କରିବେ। ବରିଷ୍ଠତାର ପ୍ରମାଣ ଦେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ପରିଶ୍ରମ କଠିନ ହେଲେ ବି; ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
ମୀନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ସମୟ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଭ୍ରାତୃଭାବ ଅତୁଟ ରହିବ। ବିବାଦରେ ବିଜୟୀ ହେବେ।

Comments are closed.