ଶୁକ୍ରବାର ରାଶିଫଳ ୩୦.୦୭.୨୦୨୧

ମେଷ: ସୁଖ ସମ୍ମାନ ଲାଭକରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ଯାତ୍ରା ଶୁଭଦାୟକ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସ୍ନେହୀ ବ୍ୟକ୍ତିଭାବେ ବିବେଚିତ ହେବେ।
ବୃଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୁଯୋଗ ଅଛି।
ମିଥୁନ: ସମ୍ମାନିତ ହେବେ। ସୁସମ୍ବାଦ ମିଳିବ। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କର୍କଟ: କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାଶାଳୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭଗବତ ପ୍ରେମୀ ହେବେ। ମହିଳାମାନଙ୍କ ନେତୃତ୍ବ ନେଇ ପ୍ରଶଂସାର ପାତ୍ର ହେବେ।
ସିଂହ: ଧନକ୍ଷୟ ହେବାର ସମ୍ଭାବନା ଅଛି। ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମିତ୍ରଙ୍କ ସାହାଯ୍ୟ ପାଇ ଶତ୍ରୁ ଦମନ କରିପାରନ୍ତି। ଶସ୍ତ୍ରାଘାତ ପାଇଁ ସତର୍କ ରହିବେ।
କନ୍ୟା: ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀଙ୍କଠାରୁ ପ୍ରେରଣା ମିଳିବ।
ତୁଳା: ବନ୍ଧୁଙ୍କଠାରୁ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ବିଛା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବଢ଼ିବାର ସୂଚନା ମିଳୁଛି। ବ୍ୟବସାୟରେ ଉନ୍ନତି ଘଟିବ। ପାରିବାରିକ ଜୀବନ ସୁଖମୟ ହେବ। ଅଧ୍ୟୟନରତ ହେବେ। ମନ ପ୍ରସନ୍ନ ରହିବ।
ଧନୁ: ପରିଶ୍ରମ ଅତ୍ୟଧିକ ହୋଇପାରେ। ସୁଫଳ ମିଳିବ; ମାତ୍ର ବହୁ କଷ୍ଟରେ। ଆଉ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ରଣାଙ୍ଗନରୁ, ରାଜସେବାରୁ ଓ ବାକ୍‌ ପଟୁତାରୁ ଧନ ଅର୍ଜନ କରିପାରନ୍ତି।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଆର୍ଥିକ ସ୍ଥିତି, ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଅଶାନ୍ତି ଦୂର ହେବ। ସରକାରୀ ଲାଭ ମିଳିବ।
କୁମ୍ଭ: ମନୋବଳ ବୃଦ୍ଧି ହେବ। ବହୁ ଉପାୟରେ ଉପବାସାଦି ଧର୍ମକ୍ରିୟା ପାଇଁ ବିଦ୍ୟା ପ୍ରଭାବରେ ଓ ମାତାପିତାଙ୍କ କଲ୍ୟାଣରେ ଧନପ୍ରାପ୍ତ ହେବେ। ତ୍ୟାଗଶୀଳ ହେବେ। ଅତି ସୁଖୀ, କୀର୍ତ୍ତିମାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମୀନ: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ରୋଜଗାର ମାତ୍ରା ବୃଦ୍ଧି ହେବ। ପୌଷ୍ଟିକ କର୍ମ ଓ ଅନ୍ୟାନ୍ୟ ମଙ୍ଗଳ କର୍ମାଦିରେ ନିରତ ହେବେ। ଭୋଜନ ତୃପ୍ତିଦାୟକ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ।

Comments are closed.