ଶୁକ୍ରବାର ରାଶିଫଳ ୨୩.୦୭.୨୦୨୧

ମେଷ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଅଧିକ କ୍ଷମତାପ୍ରାପ୍ତ ହୋଇ ତା’ର ସଦ୍‌ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଆର୍ଥିକ ସ୍ଥିତିରେ ନ୍ୟୂନତା ଆସିପାରେ। ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରିୟଭାଷୀ ହୋଇ ପାରନ୍ତି। ସତ୍ୟବାଦୀ ହେବେ। ପିତୃଭକ୍ତିଯୁକ୍ତ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପ୍ରଶଂସିତ ହେବେ।
ମିଥୁନ: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରି ପାରନ୍ତି।
କର୍କଟ: ବନ୍ଧୁଙ୍କଠାରୁ ସାହାଯ୍ୟ, ସହାନୁଭୂତି ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ ସମାଚାର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ସିଂହ: ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
କନ୍ୟା: ଉତ୍ସର୍ଗୀକୃତ ମନୋଭାବର ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କରିବେ ଓ ସଫଳତାର ସ୍ବାଦ ଚାଖିବେ। ପରିଶ୍ରମର ମୂଲ୍ୟ ମିଳିବ। କୃଷିକାର୍ଯ୍ୟକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନଜନିତ ସୁଖପ୍ରାପ୍ତ ହେବ।
ତୁଳା: ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭାଗବତପ୍ରେମୀ ହେବେ। ତୀର୍ଥ ଦର୍ଶନ ଶୁଭଦାୟକ ହେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ବିଛା: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଆକସ୍ମିକ ସମସ୍ୟାକୁ ପ୍ରତିହତ କରି ଆଗକୁ ବଢ଼ିବେ। ବିବିଧ ଧନଯୁକ୍ତ ହେବେ। ନୀତିଜ୍ଞ ହେବେ। କର୍ମଚଞ୍ଚଳ ରହିବେ। କୀର୍ତ୍ତିଶାଳୀ ଓ ଅତିସୁଖୀ ହେବେ।
ଧନୁ: ଆୟବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ସାଧନାର ପ୍ରଥମ ସୋପାନ ସ୍ବରୂପ ଏକାନ୍ତ ପ୍ରିୟ ହେବେ। ବ୍ୟୟ ଯୋଗ ଅଛି। କର୍ମଚଞ୍ଚଳ ହେବେ। ଯାତ୍ରା ଶୁଭ ହେବ।
କୁମ୍ଭ: ଆଶ୍ବସ୍ତି ମିଳିବ। ସୁସମ୍ବାଦ ପାଇଁ ଉତ୍‌ଫୁଲ୍ଲିତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମୀନ: ଆୟ ଅଧିକ ହୋଇପାରେ। ଶୁଭ ଖବର ପାଇଁ ସୁଖୀ ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଶୁଭକାର୍ଯ୍ୟ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।

Comments are closed.