ଶୁକ୍ରବାର ରାଶିଫଳ ୧୨.୦୮.୨୦୨୨

ମେଷ: ପ୍ରଥିତ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ସଦାବିନୟୀ ଭାବର ହେବେ। ଦୃଢ଼ ପୌରୁଷର ନିଦର୍ଶନ ହୋଇପାରନ୍ତି। ଦ୍ବିଜାନୁରକ୍ତ ହେବେ। ବହୁ ମିତ୍ରାର୍ଜନ କରିପାରନ୍ତି। ଅନ୍ତର୍ନିହିତ ଗୁଣର ବିକାଶ ଘଟିବ।
ବୃଷ: ଧନସମ୍ପଦ ଭରପୂର ରହିବ। ଦାନକୁ ଜୀବନର ବ୍ରତଭାବେ ଗ୍ରହଣକରି ପାରନ୍ତି। ସତ୍‌କର୍ମ କରି ଅଭୀଷ୍ଟ ପୂରଣ କରିବେ। ସୁକର୍ମା ହୋଇ ଭାଗ୍ୟାକାଶକୁ ଉଳମୟ କରିପାରନ୍ତି।
ମିଥୁନ: ଭ୍ରମଣ ବ୍ୟର୍ଥ ହୋଇପାରେ। ପତ୍ନୀ ଅସୁଖୀ ହେବା ଆଶା କରାଯାଏ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ମନରେ ଲଗାମ୍‌ ଦେଇ ସମର୍ପିତ ଜୀବନ ଯାପନ କରିବେ। କୁଶଳୀ ଓ ସାହସୀ ହେବେ।
କର୍କଟ: କର୍ମୀ ନ ହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ହେବ। କାତରତା ପ୍ରକାଶ ନ କରି ପ୍ରଫୁଲ୍ଲିତ ହୃଦୟରେ ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିପାରନ୍ତି। ପବିତ୍ର ଭାବନାରେ ସେବକ ସାଜିପାରନ୍ତି।
ସିଂହ: ବ୍ୟବହାର ପାରଙ୍ଗମ ହେବେ। ନିଜର ଆଦର୍ଶବାଦୀ କାର୍ଯ୍ୟ, ଶତ୍ରୁମାନଙ୍କ ବିରୋଧ ଭାବକୁ ପ୍ରଶମିତ କରିବେ। ପତିପତ୍ନୀ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ଶାନ୍ତ, ବିଦ୍ବାନ୍‌, ଦୟାଳୁ ଓ ଜିତେନ୍ଦ୍ରିୟ ହେବେ।
କନ୍ୟା: ପୁତ୍ର ସୁଖ ମିଳିବା କଷ୍ଟସାଧ୍ୟ ହୋଇପାରେ। ବିଦ୍ୟାଭ୍ୟାସୀ ହୋଇପାରନ୍ତି। ଧନାଗମ ହେବ, ମାତ୍ର ବିଳମ୍ବିତ ହୋଇପାରେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିବ।
ତୁଳା: ପ୍ରତିଶ୍ରୁତି ପାଳନରେ ତତ୍ପର ହେବେ। ଅସୁସ୍ଥ ଥାଇ ମଧ୍ୟ ଚଞ୍ଚଳ ଚେଷ୍ଟିତ ହେବେ। ନିଜର ସ୍ବାର୍ଥସିଦ୍ଧି ପାଇଁ କୃତଘ୍ନତାକୁ ଆଦରି ନେଇପାରନ୍ତି। ଯାନବାହନ ସୁଖ ମିଳିବ। ଶ୍ରମ ଓ ନିଷ୍ଠାର ମହତ୍ତ୍ବ ରହିବ।
ବିଛା: ପ୍ରମାଦହୀନ ହୋଇପାରନ୍ତି। ଉଗ୍ର ପ୍ରକୃତିର ନ ହୋଇ ନିରୀହ ସ୍ବଭାବ ସମ୍ପନ୍ନ ହେବେ। ସାଧୁ ସେବାରେ ବ୍ରତୀ ହୋଇ ଧର୍ମକର୍ମ ସମ୍ପାଦନ କରିପାରନ୍ତି। ବହୁ ସହାୟକ ମିଳିବେ। କରିତ୍‌କର୍ମା ହେବେ।
ଧନୁ: କଠିନ ପରିଶ୍ରମ କରି ଧନ ଅର୍ଜନ କରିପାରନ୍ତି। ଗୁରୁ ଭକ୍ତିରତ ହେବେ। ପୈତୃକ ସମ୍ପତ୍ତି ଭୋଗ କରିପାରନ୍ତି। କଥାବାର୍ତ୍ତା ଓଜନଦାର ହେବ। ପାପ ଓ ପୁଣ୍ୟର ବ୍ୟାଖ୍ୟା କାରକ ହୋଇପାରନ୍ତି।
ମକର: ଧନାଗମ ହେବ; ମାତ୍ର ତାହା କଳାଧନ ହୋଇପାରେ। କ୍ଷୁଦ୍ର ସ୍ବଭାବରୁ ବିରତ ହେଲେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପରବିତ୍ତ ଲୁବ୍ଧ ନହେବା ଭଲ। ଶାନ୍ତିପ୍ରିୟ ହେବେ। କଠିନ ପରିଶ୍ରମରୁ ଧନ ଆସିବ।
କୁମ୍ଭ: ପ୍ରଭାବଶାଳୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପରିବାରରେ ଭାଇ, ମାତା, ପିତା, ଭଗ୍ନୀ ପ୍ରମୁଖ ବିଭିନ୍ନ ବିଦ୍ୟାରେ ପାରଙ୍ଗମ ହୋଇପାରନ୍ତି। ବିପଦରେ କାତର କିମ୍ବା ସମ୍ପଦରେ ଖୁସି ନହେବା ଭଲ।
ମୀନ: ନାନା ସୁଖର ଅଧିକାରୀ ହୋଇପାରନ୍ତି। ବିଶାଳ ଯଶ ସମ୍ପନ୍ନ ହେବେ। ଦାନଧ୍ୟାନରେ ମନୋନିବେଶ କରିପାରନ୍ତି। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ବିଦ୍ବାନ, ରୋଗହୀନ, ନୀତିନିଷ୍ଠ ହେବେ।

Comments are closed.