ଶୁକ୍ରବାର ରାଶିଫଳ ୦୧.୧୦.୨୦୨୧

ମେଷ: ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଉତ୍ତମ ବ୍ୟକ୍ତିତ୍ବ ଯୁକ୍ତ ହେବେ। ସୁସ୍ଥ ରହିବେ। କୃଷି କ୍ଷେତ ଉପରେ ଗୁରୁତ୍ବ ଦେବେ। ଦଳ ପ୍ରତି ଆଦର ଓ ସମ୍ମାନ ବଢ଼ିବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ବୃଷ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। କଥା ମଧୁର ହେବ। ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଭୋଗ କରିପାରନ୍ତି। ପ୍ରେମୀ ଓ ଓ ସାହସୀ ହେବେ।
ମିଥୁନ: ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ବୃଦ୍ଧିର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ମିଳିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ସିଂହ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତ ପ୍ରିୟ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ରାଜଯୋଗ ମିଳିବାର ସମ୍ଭାବନା ଅଛି।
କନ୍ୟା: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବ।
ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ସେବା-ପୂଜାରେ ନିୟୋଜିତ ହେବେ। ଭାଗ୍ୟଶାଳୀ ହେବେ। ବିଳାସ-ବ୍ୟସନ ଯୋଗ ଅଛି। ଜୀବନ, ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ସମାଜସେବା ପ୍ରତି ମନ ବଳାଇ ପାରନ୍ତି।
ଧନୁ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି।
ମକର: ପ୍ରୀତିଲାଭର ସୁଯୋଗ ଅଛି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେଲେ ବି ମନରେ ଅହଂଭାବ ରହିବ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
କୁମ୍ଭ: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାଭାଜନ ହେବେ।
ମୀନ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ତେଜସ୍ବୀ ହେବେ।

Comments are closed.