ଫ୍ରେଞ୍ଚ ଓପନ : ନାଡାଲଙ୍କୁ ଟାଇଟଲ

ଫେଡେରେରଙ୍କ ୨୦ତମ ଗ୍ରାଣ୍ଡସ୍ଲାମ ସହ ସମକକ୍ଷ

ପ୍ୟାରିସ୍‌ : ସ୍ପେନର ରାଫେଲ ନାଡାଲ ୨୦ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ରୋଲାଣ୍ଡ ଗାରୋସରେ ଖେଳା ଯାଇଥିବା ଫ୍ରେଞ୍ଚ ଓପନ ପୁରୁଷ ବିଭାଗ ଫାଇନାଲରେ ନାଡାଲ ୩-୦ ସେଟ୍‌ରେ ସର୍ବିଆର ନୋଭାକ୍‌ ଜୋକୋଭିକ୍‌ଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ଏଥି ସହିତ ନାଡାଲ ସ୍ବିଜରଲାଣ୍ଡର ରୋଜର ଫେଡେରେରଙ୍କ ୨୦ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ସହ ସମକକ୍ଷ ହୋଇଛନ୍ତି। ଟପ୍‌ସିଡ୍‌ ସର୍ବିଆର ନୋଭାକ୍‌ ଜୋକୋଭିକ୍‌ ଓ ଦ୍ବିତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ସ୍ପେନର ରାଫେଲ ନାଡାଲ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ନାଡାଲ ୬-୦, ୬-୨ ଓ ୭-୫ରେ ଜୋକୋଭିଚ୍‌ଙ୍କୁ ପରାସ୍ତ କରିଥିଲେ। ନାଡାଲ ତୃତୀୟ ଥର ପାଇଁ ଫ୍ରେଞ୍ଚ ଓପନ ଟାଇଟଲ ହାସଲ କରିଛନ୍ତି।

Comments are closed.