ଫ୍ରେଞ୍ଚ୍ ଓପନ୍‌: ୨ୟ ରାଉଣ୍ଡରେ ସ୍ବିଆଟେକ୍, ଫେଡେରର

ପ୍ୟାରିସ୍‌: ଗ୍ରାଣ୍ଡସ୍ଲାମ୍ ଟେନିସ ଚମ୍ପିଆନ୍‌ସିପ୍ ଫ୍ରେଞ୍ଚ୍ ଓପନ୍‌ର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଗତବର୍ଷର ଚମ୍ପିଆନ୍ ପୋଲାଣ୍ଡର ଇଗା ସ୍ବିଆଟେକ୍। ସୋମବାର ମହିଳା ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୮ମ ସିଡ୍‌ ସ୍ବିଆଟେକ୍‌ ସହଜରେ ୬-୦, ୭-୫ ସେଟ୍‌ରେ ସ୍ଲୋଭାକିଆର କାଜା ଜୁଆନ୍‌ଙ୍କୁ ପରାସ୍ତ କରିଛନ୍ତି। ତେବେ ୬ଷ୍ଠ ସିଡ୍‌ କାନାଡ଼ାର ବିୟାଙ୍କା ଆଣ୍ଡ୍ରିସ୍କ୍ୟୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଆଣ୍ଡ୍ରିସ୍କ୍ୟୁଙ୍କୁ ୬-୭, ୭-୬, ୯-୭ ସେଟ୍‌ରେ ସ୍ଲୋଭେନିଆର ତାମାରା ଜିଦାନ୍‌ସେକ୍ ପରାସ୍ତ କରିଛନ୍ତି। ୧୬ନଂ ସିଡ୍ କିକି ବର୍ଟେନ୍‌ସ ମଧ୍ୟ ପରାସ୍ତ ହୋଇ ଯାଇଛନ୍ତି। ନେଦରଲାଣ୍ଡ୍‌ସର ବର୍ଟେନ୍‌ସଙ୍କୁ ୬-୧, ୩-୬, ୬-୪ରେ ସ୍ଲୋଭେନିଆର ପୋଲୋନ ହର୍କଗ ହରାଇଛନ୍ତି।

ମହିଳା ସିଙ୍ଗଲ୍‌ସରେ ୧୪ନଂ ସିଡ୍‌ ବେଲ୍‌ଜିୟମ୍‌ର ଏଲିଜ୍ ମର୍ଟେନ୍‌ସ ୬-୪, ୬-୧ ସେଟ୍‌ରେ ଅଷ୍ଟ୍ରେଲିଆର ଷ୍ଟର୍ମ ସାଣ୍ଡର୍ସଙ୍କୁ ପରାସ୍ତ କରିଛନ୍ତି। ୨୦ନଂ ସିଡ୍‌ ମାର୍କେଟା ୪-୬, ୬-୩, ୬-୦ ସେଟ୍‌ରେ ଇଷ୍ଟୋନିଆର କାଇଆ କାନେପିଙ୍କୁ ପରାସ୍ତ କରିଛନ୍ତି। ୨୩ନଂ ସିଡ୍‌ ଆମେରିକାର ମ୍ୟାଡିସନ୍ କେୟିସ୍ ୬-୩, ୩-୬, ୬-୧ ସେଟ୍‌ରେ ଫ୍ରାନ୍‌ସର ଓସିଏନ୍ ଡୋଡିନ୍‌ଙ୍କୁ ପରାସ୍ତ କରିଛନ୍ତି। ଏମାନଙ୍କୁ ଛାଡ଼ି ଫ୍ରାନ୍‌ସର କାରୋଲିନ୍ ଗାର୍ସିଆ, ଆମେରିକାର ହେଲି ବ୍ୟାପ୍ଟିଷ୍ଟେ, କାଜାଖ୍‌ସ୍ତାନର ଜାରିନା ଡିୟାସ୍, ଆମେରିକାର ମ୍ୟାଡିସନ୍ ବ୍ରିଙ୍ଗ୍‌ଲେ ଓ ଇଟାଲୀର ଆଲିଜ୍ କର୍ନେଟ ପ୍ରଥମ ରାଉଣ୍ଡ ଜିତି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ପୁରୁଷ ସିଙ୍ଗଲ୍‌ସରେ ୮ମ ସିଡ୍‌ ସ୍ବିଜରଲାଣ୍ଡର ରଜର ଫେଡେରର ୬-୨, ୬-୪, ୬-୩ ସେଟ୍‌ରେ ଉଜ୍‌ବେକିସ୍ତାନର ଡେନିସ୍ ଇଷ୍ଟୋମିନ୍‌ଙ୍କୁ ପରାସ୍ତ କରିଛନ୍ତି। ଫେଡେରର ରେକର୍ଡ ୨୦ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ବେଳେ ଥରେ ମାତ୍ର ଫ୍ରେଞ୍ଚ୍‌ ଓପନ୍‌ ଜିତିଛନ୍ତି। ୨ୟ ସିଡ୍ ରୁଷିଆର ଡାନିଲ ମେଡ୍‌ଭେଡେଭ୍ ୬-୩, ୬-୩, ୭-୫ ସେଟ୍‌ରେ କାଜାଖ୍‌ସ୍ତାନର ଆଲେକ୍‌ଜାଣ୍ଡର ବୁବ୍‌ଲିକଙ୍କୁ ପରାସ୍ତ କରିଛନ୍ତି। ୫ନଂ ସିଡ୍ ଗ୍ରୀସ୍‌ର ଷ୍ଟିଫାନସ୍ ସିସିପାସ୍ ୭-୬, ୬-୩, ୬-୧ ସେଟ୍‌ରେ ଫ୍ରାନ୍‌ସର ଜରେମି ଚାର୍ଡିଙ୍କୁ ପରାସ୍ତ କରିଛନ୍ତି। ୧୫ନଂ ସିଡ୍‌ ନରୱେର କାସ୍ପର ରୁଡ୍‌ ୫-୭, ୬-୨, ୬-୧, ୭-୬ ସେଟ୍‌ରେ ଫ୍ରାନ୍‌ସର ବିନୋଏଟ୍‌ ପାଇରେଙ୍କୁ ପରାସ୍ତ କରିଛନ୍ତି। ୨୮ନଂ ସିଡ୍‌ ଜର୍ଜିଆର ନିକୋଲୋଜ୍ ଭାସିଲାସ୍‌ଭିଲି ୬-୪, ୬-୩, ୦-୬, ୬-୨ ସେଟ୍‌ରେ ସର୍ବିୟାର ଡ୍ୟୁସାନ୍ ଲାଜୋଭିଚ୍‌ଙ୍କୁ ପରାସ୍ତ କରିଛନ୍ତି। ୩୧ନଂ ସିଡ୍‌ ଆମେରିକାର ଜନ୍‌ ଇସ୍‌ନର ୭-୬, ୬-୩, ୬-୪ ସେଟ୍‌ରେ ନିଜଦେଶର ସାମ୍ଙ୍କୁ ପରାସ୍ତ କରିଛନ୍ତି। ୩୨ନଂ ସିଡ୍‌ ଆମେରିକାର ରେଇଲି ଓପେଲ୍‌କା ୬-୩, ୬-୨, ୬-୪ ସେଟ୍‌ରେ ସ୍ଲୋଭାକିଆର ଆ​‌େ​‌ଣ୍ଡ୍ରଜ୍ ମାର୍ଟିନ୍‌ଙ୍କୁ ପରାସ୍ତ କରିଛନ୍ତି। ଏମାନଙ୍କୁ ଛାଡ଼ି ସ୍ପେନ୍‌ର ପେଡ୍ରୋ ମାର୍ଟିନେଜ୍‌, ଆମେରିକାର ଟମି ପଲ୍‌, ବ୍ରାଜିଲର ଥିଅଗୋ ମ​‌େ​‌ଣ୍ଟଇରୋ, ଇଟାଲୀର ଜିଆନ୍‌ଲୁକା ମାଗର, ଇଂଲଣ୍ଡର କ୍ୟାମେରନ୍ ନୋରି ପ୍ରଭୃତି।

Comments are closed.