ସ୍ୱାଧୀନତା ସଂଗ୍ରାମୀଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନୀଳକଣ୍ଠ ମିଶ୍ରଙ୍କର ୯୬ ତମ ଶ୍ରାଦ୍ଧ ବାର୍ଷିକୀ ରବିବାର ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଡ଼ଃ ଗଣେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି, ଡ଼ଃ ଅମରେନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା, ଉପେନ୍ଦ୍ରକୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ବେହେରା, ଶିଶିର କୁମାର ହୋତା, ମାନସ ଦାଶ, ସୁଧାଂଶୁ ଶେଖର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନୀଳକଣ୍ଠ ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ର ସ୍ବର୍ଗତ ନୀଳକଣ୍ଠ ମିଶ୍ରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ସମାଜସେବୀ ରାଜକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ବଂଶୀଧର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପଞ୍ଚାୟତର ୨୦ ଜଣ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଦୁଇଜଣ କୃତି ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଡାକ୍ତର ସର୍ବନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.