ଜିଓ ଗ୍ରାହକ ବିଶ୍ୱ କପ୍‌ କ୍ରିକେଟର ସିଧା ପ୍ରସାରଣ ମାଗଣାରେ ଦେଖିପାରିବେ !

ନୂଆଦିଲ୍ଲୀ . – କ୍ରିକେଟ ପ୍ରେମୀଙ୍କ ପାଇଁ ଜିଓ ଏକ ନୂଆ ଅଫର୍‌ ଘୋଷଣା କରିଛି । ବିଶ୍ୱ କପ୍‌ ସବୁ ମ୍ୟାଚ୍‍କୁ ଜିଓ ବ୍ୟବହାରକରୀମାନେ ମାଗଣା ସିଧା ପ୍ରସାରଣ (ଲାଇଭ୍‍) ଦେଖିପାରିବେ । ଏହା ସହ ମାଇ ଜିଓ ଆପ୍‍ ଯୋଗେ ଜିଓ ବ୍ୟବହାରକାରୀମାନେ ଖେଳ ଚାଲିଥିବା ସମୟରେ ନିଜେ ଖେଳି ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ଜିଓ ଗ୍ରାହକମାନେ ହଟ୍‌ଷ୍ଟାର ଓ ଜିଓ ଟିଭିରେ ମାଗଣାରେ ବିଶ୍ୱ କପ୍‌ କ୍ରିକେଟର ସିଧାପ୍ରସାରଣ ଦେଖିପାରେବ । ଜିଓ ଟିଭି ହଟ୍‌ଷ୍ଟାରକୁ ଜିଓ ଗ୍ରାହକମାନଙ୍କୁ ରିଡିରେକ୍ଟ କରିବ । କେତକ ନେଟଓ୍ୱର୍କରେ ବିଶ୍ୱକପ୍‌ କ୍ରିକେଟ ଲାଇଭ୍‌ ଦେଖିବା ପାଇଁ ୩୬୫ଟଙ୍କା ଖର୍ଚ୍ଚ କରିବାକୁ ପଡୁଅଛି ।ଏଥିରେ ଜିଓ ଗ୍ରାହକ ୩୬୫ ଟଙ୍କାର ଲାଭ ପାଇପାରିବେ ।

ଜିଓ କ୍ରିକେଟ ପ୍ରେମୀଙ୍କ ପାଇଁ ୨୫୧ ଟଙ୍କାର ଏକ ଡାଟା ପ୍ୟାକ ଘୋଷଣା କରିଛି । ଡାଟା ଥିବା ଜିଓ ଗ୍ରାହକ ଏହି ରିଚାର୍ଜ କରିବା ବାଧ୍ୟତା ମୂଳକ ନୁହେଁ । ମାତ୍ର ଏହି ରିଚାର୍ଜରେ ୫୧ ଦିନ ପର୍ଯନ୍ତ ୨ ଜିବି ହାଇସ୍ପିଡ୍‌ ଡାଟା ପାଇ ପାରିବେ ।

Comments are closed.