ୱେବ ଚାନେଲ ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମହିଳା ଏସଆଇ ଗିରଫ

ଭଦ୍ରକ: ସମଲିଙ୍ଗୀକୁ ଯୌନ ନିର୍ଯାତନା ଅଭିଯୋଗରେ ମହିଳା ଏସଆଇ ଗିରଫ ହୋଇଛନ୍ତି। ଭଦ୍ରକ ଟାଉନ ଥାନା ପୁଲିସ ଚୁଡ଼ାମଣି ମେରାଇନ ଥାନାର ମହିଳା ଏସଆଇ ତପସ୍ବିନୀ ମହାପାତ୍ରଙ୍କୁ ଗିରଫ କରିଛି। ମହିଳା ଏସଆଇ ଜଣେ ୱେବ ଚାନେଲ ସାମ୍ବାଦିକାଙ୍କୁ ବିବାହାର ପ୍ରଲୋଭନ ଦେଖାଇ ଦୀର୍ଘ ୨ ବର୍ଷ ହେଲା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ମହିଳା ଏସଆଇ ତପସ୍ବିନୀ ମହାପାତ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Comments are closed.