ରାଜଧାନୀରେ ଠକ : ଜମି ଯୋଗାଇଦେବା ନାଁରେ ୭ କୋଟି ଠକି ୩ ଗିରଫ

ଭୁବନେଶ୍ବର : ରାଜଧାନୀରେ ୭କୋଟି ଟଙ୍କା ଠକେଇ ଅଭିଯୋଗରେ ବୁଧବାର କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି। ଏମାନେ ଜମିଦେବା ନାଁରେ ଲୋକଙ୍କୁ ଠକୁଥିବା ସୂଚନା ମିଳିଛି। ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଜି ଘଟଣାର ପର୍ଦ୍ଦାଫାଶ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହାଉସିଂ ସୋସାଇଟି ମ୍ୟାନେଜର ବୋଲି ଜଣାପଡ଼ିଛି। ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଛି।

Comments are closed.