୩ରୁ ‘ବନ୍ଦେ ଭାରତ ମିଶନ’ର ଚତୁର୍ଥ ପର୍ଯ୍ୟାୟ : ୧୭ଟି ଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ : ‘ବନ୍ଦେ ଭାରତ ମିଶନ’ର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜୁଲାଇ ୩ରୁ ଆରମ୍ଭ ହେବ। ଏହି ଅଭିଯାନରେ ଏୟାର ଇଣ୍ଡିଆର ୧୭୦ଟି ବିମାନ ଚଳାଚଳ କରିବ ଏବଂ ୧୭ଟି ଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଅଣାଯିବ।
ବିଶ୍ୱର ସର୍ବବୃହତ୍ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ‘ବନ୍ଦେ ଭାରତ ମିଶନ’ ଅଧୀନରେ ବିଦେଶରୁ ପ୍ରାୟ ୭ଶହ ବିମାନ ଯୋଗେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ଲକ୍ଷ ୫୦ହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୫ଲକ୍ଷରୁ ଊର୍ଦ୍ଧ୍ବ ଲୋକ ସମୁଦ୍ର, ସ୍ଥଳ ଏବଂ ଆକାଶମାର୍ଗରେ ଫେରିବା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଏହି ଅଭିଯାନ ମାଧ୍ୟମରେ ୩ଲକ୍ଷ ୬୦ହଜାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଆସନ୍ତା ୩ତାରିଖରୁ ଆରମ୍ଭ ହୋଇ ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୩ଦିନ ଧରି ଚାଲିବାକୁ ଥିବା ଏହି ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଆମେରିକା, ବ୍ରିଟେନ୍, କାନାଡା, ଉପସାଗରୀୟ ଦେଶଗୁଡିକରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣାଯିବ।