ପୁଣି ଲଜ୍ଜା : ମଧ୍ୟପ୍ରଦେଶରେ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଇନ୍ଦୋର : ଦେଶରେ କୌଣସି ସ୍ଥାନରେ ମହିଳାମାନେ ସୁରକ୍ଷିତ ଥିବା ଦେଖାଯାଉନାହିଁ। ମହିଳାଙ୍କ ଠାରୁ ଆରମ୍ଭ କରି ନାବାଳିକାମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଛନ୍ତି। ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶର ଇନ୍ଦୋର ଜିଲାରେ ଥିବା ମହୁ ଅଞ୍ଚଳରେ ସୋମବାର ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କ ୪ବର୍ଷର ଝିଅ ହୋଇଥିବାବେଳେ ତାଙ୍କୁ ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ହତ୍ୟା କରିଥିବା ଜଣାପଡିଛି। ହତ୍ୟାପରେ ଅଭିଯୁକ୍ତମାନେ ତାଙ୍କ ମୃତଦେହକୁ ଏକ ନିଛାଟିଆ ସ୍ଥାନରେ ଫୋପାଡି ଚାଲି ଯାଇଛନ୍ତି।
ଏନେଇ ମହୁ ପୁଲିସ ଥାନା ଅଧିକାରୀ ଅଭୟ ନେମା କହିଛନ୍ତି, ପୀଡିତା ଜଣଙ୍କ ତାଙ୍କ ପିତା ମାତାଙ୍କ ସହ ମହୁ ରେଳଷ୍ଟେସନ ପାଖରେ ଥିବା ଏକ ପୋଲ ତଳେ ଶୋଇଥିଲା। ଏହି ସମୟରେ କିଛି ଅଜ୍ଞାତ ଲୋକ ନାବାଳିକାଙ୍କୁ ସେଠାରୁ ୨୦୦ମିଟର ଦୂର ଏକ ନିଛାଟିଆ ସ୍ଥାନକୁ ଅପହରଣ କରିନେଇଥିଲେ। ସେଠାରେ ପୀଡିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ଏନେଇ ପୁଲିସ ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ଅଭୟ କହିଛନ୍ତି।

Comments are closed.