ଅନନ୍ତନାଗରେ ୪ ଆତଙ୍କବାଦୀ ନିପାତ

ଶ୍ରୀନଗର :  ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ୱାଟରୀଗାମ ଗ୍ରାମରେ ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ଜଣ ସନ୍ତ୍ରାସବାଦୀଙ୍କରମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ଜଣାପଡିଛି ଯେ ସେନା ଓ ଏସ୍‍ଓଜିର ମିଳିତସହଯୋଗରେ ୱାଟରୀଗାମ ଗ୍ରାମରେ ଘେରାଉ ଓ ଖାନ୍‍ତଲାସୀ ଅଭିଯାନ କରାଯାଇଥିଲା। ସନ୍ଦିଗ୍ଧ ସ୍ଥାନ ଚାରିପଟେ ପୁଲିସ ପକ୍ଷରୁ ଘେରାବନ୍ଦୀ ଅଭିଯାନ ଜୋର୍‍ଦାର ହେବା ପରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଦୀର୍ଘ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରୀ ରହିଥିଲା।ମୃତ ଆତଙ୍କବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

Comments are closed.