ବସ୍ତାରା ଟୋଲ ନିକଟରୁ ୪ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

କର୍ଣ୍ଣାଲ: ହରିୟାଣାର କର୍ଣ୍ଣାଲରେ ପୁଲିସକୁ ବଡ଼ ସଫଳତା ମିଳିଛି। ଆଇବି ସୂଚନା ଆଧାରରେ କର୍ଣ୍ଣାଲ ପୁଲିସ ବସ୍ତାରା ଟୋଲ ନିକଟରୁ ଗୁରୁବାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗାଡ଼ିରେ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଖାନତଲାସୀ କରିବା ପରେ ଅଖା ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି।

ଆତଙ୍କବାଦୀଙ୍କ ଇନୋଭା ଗାଡ଼ି ବସ୍ତାରା ଟୋଲ ଅତିକ୍ରମ କରି ମଧୁବନ ପର୍ଯ୍ୟନ୍ତ ପଳାଇଥିଲା। ସେଠାରେ ଅଭିଯୁକ୍ତମାନେ ପୁଲିସ ହାତରେ ଧରାପଡ଼ିଥିଲେ। ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ସୂଚନା ମୁତାବକ, ସମସ୍ତ ଅଭିଯୁକ୍ତ ୨୦ରୁ ୨୨ ବର୍ଷ ବୟସର ଓ ସମସ୍ତେ ନାନ୍ଦେଡ଼ ଯାଉଥିଲେ। ଅପରାହ୍ନରେ ପୁଲିସ ସମ୍ପୂର୍ଣ୍ଣ ଘଟଣା ବିଷୟରେ ସୂଚନା ଦେବ।

 

Comments are closed.