ଆମେରିକା ସେନା ଛାଉଣୀ ଉପରେ ଇରାନ ପକ୍ଷରୁ ରକେଟ୍ ମାଡ଼

ବାଗଦାଦ : ଇରାକର ବିମାନଘାଟିରେ ରହୁଥିବା ଆମେରିକା ସେନା ଛାଉଣୀ ଉପରେ ରବିବାର ଇରାନ ପକ୍ଷରୁ ରକେଟ ମାଡ କରାଯାଇଛି । ଏଏଫପି ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ଇରାନ ପକ୍ଷରୁ ଇରାକର ଏୟାରବେସ ଉପରେ ରବିବାର ୪ଟି ରକେଟ ଆକ୍ରମଣ କରାଯାଇଛି । ତେବେ କ୍ଷୟକ୍ଷତି ତଥା ମୃତାହତଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ପରେ ଇରାନ ବିଚଳିତ ହୋଇପଡିଛି । ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଗତ ବୁଧବାର ଦିନ ଇରାକ ସ୍ଥିତ ଆମେରିକାର ସେନା ଶିବିର ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ ଆମେରିକାର ୮୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଥିବା ଇରାନ ପକ୍ଷରୁ ଦାବି କରାଯାଇଥିଲା।

Comments are closed.