ଅଯୋଧ୍ୟାରେ ରାମ ମନ୍ଦିର ମୂଳଦୁଆ କାମ ଶେଷ

ଅଯୋଧ୍ୟା: ଏଠାରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ସକାଶେ ମୂଳଦୁଆ କାର୍ଯ୍ୟ ଶେଷ ହୋଇଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ମନ୍ଦିରର ମୂଳଦୁଆ କାର୍ଯ୍ୟ ଶେଷ ହୋଇଛି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଟ୍ରଷ୍ଟ ପକ୍ଷରୁ ନିର୍ମାଣସ୍ଥଳର ଫଟୋ ସର୍ବସାଧାରଣରେ ପ୍ରକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି, ଏହି ମନ୍ଦିର ପରିସରରେ ମୋଟ ୬ ଦେବା ଦେବୀଙ୍କର ମୂର୍ତ୍ତି ରହିବ। ସେମାନଙ୍କ ମଧ୍ୟରେ ବିଘ୍ନ ବିନାଶନ ଗଣେଶ, ଭଗବାନ ଶିବ, ସୂର୍ଯ୍ୟ, ଦୁର୍ଗା, ବିଷ୍ଣୁ ଓ ବ୍ରହ୍ମାଙ୍କର ମୂର୍ତ୍ତି ସ୍ଥାନପାଇବ। ଇତିମଧ୍ୟରେ ମୂଳଦୁଆର ୪୭ ସ୍ତର ଢଳେଇ ଶେଷ ହୋଇଛି। ଏହାପରେ ୪୮ତମ ସ୍ତରରେ ରୋଲର କମ୍ପାକ୍ଟେଡ କଂକ୍ରିଟ ପକାଯାଇଛି। ସମୁଦାୟ ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୨୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି।

Comments are closed.