ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ : କୃଷି ମନ୍ତ୍ରୀ

୫୦ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟର ଶିଳାନ୍ୟାସ

ଆଠଗଡ :  ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ୫୦ ଶଯ୍ୟା ବିଶିଷ୍ଟ ଆପାତ କାଳୀନ କୋଭିଡ ଚିକିତ୍ସାଳୟ ନିର୍ମାଣ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ ଓ ପଶୁସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଯୋଗଦେଇ ଏହି ନୂତନ ଚିକିତ୍ସାଳୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଥିବା ମନ୍ତ୍ରୀ ଶ୍ରୀସ୍ୱାଇଁ ପ୍ରକାଶ କରିଥିଲେ। ରାଜ୍ୟ ସରକାର ଯେପରି ସଫଳତାର ସହ କୋଭିଡ ମହାମାରୀର ମୁକାବିଲା କଲେ ତାହା ଦେଶର ଅନ୍ୟ ରାଜ୍ୟରେ ଦେଖିବାକୁ ମିଳି ନାହିଁ। ଆଠଗଡ ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଉଛି ଓ ଏହି ନୂତନ ଆପାତକାଳିନ କୋଭିଡ ଚିକିତ୍ସାଳୟ ସେଥିରେ ଆଉ ଏକମାଇଲଖୁଣ୍ଟ ଯୋଡିହେବ। କୋଭିଡ ଅଥବା ସେହିପରି କୌଣସି ମହାମାରୀ ବ୍ୟାପିଲେ ଏହି ନୂତନ ଚିକିତ୍ସାଳୟ ସେବା ଯୋଗାଇବାରେ ସକ୍ଷମ ହେବ ବୋଲି ମନ୍ତ୍ରୀ ଶ୍ରୀସ୍ୱାଇଁ କହିବା ସହ ଆଠଗଡ ଡାକ୍ତରଖାନାରେ ଆବଶ୍ୟକୀୟ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ପଦବୀ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ୫୦ ଶଯ୍ୟା ବିଶିଷ୍ଟ ଆପାତ କାଳୀନ କୋଭିଡ ଚିକିତ୍ସାଳୟଟି ୫ମହଲା ବିଶିଷ୍ଟ ହେବାକୁ ଥିବାବେଳେ ଏଥିପାଇଁ ୧୨. ୮୬କୋଟି ଟଙ୍କା ବ୍ୟୟ କରାଯିବା ସହ ୧୮ମାସ ମଧ୍ୟରେଏହା ସଂପୂର୍ଣ୍ଣ ହେବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ତ୍ତ ବିଭାଗର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନିଲ କୁମାରସିଂହ ପ୍ରକାଶ କରିଥିଲେ। ଏଥି ସହିତ ଡାକ୍ତରଖାନା ପରିସରରେ ୧୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନବନିର୍ମିତ ଶବ ବ୍ୟବଚ୍ଛେଦ ଓ ଶବ ସଂରକ୍ଷଣ ଗୃହକୁ ମନ୍ତ୍ରୀ ଶ୍ରୀସ୍ୱାଇଁ ଉଦଘାଟନ କରିଥିଲେ । ଏହି ଅବସରରେ ଆଠଗଡ ଏନଏସିର ୧୮ଟି ୱାର୍ଡ ପାଇଁ ପ୍ରଥମ ପର୍ଯ୍ୟାୟରେ ନବନିଯୁକ୍ତ ୧୦ଜଣ ଆଶା କର୍ମୀଙ୍କୁ ମନ୍ତ୍ରୀ ଶ୍ରୀସ୍ୱାଇଁ ନିଯୁକ୍ତିପତ୍ର ବଣ୍ଟନ କରି ଲୋକଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବାକୁୁ ପହଞ୍ଚାଇବା ଲାଗିି ନିଷ୍ଠାର ସହିତ କାମ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ହେମନ୍ତ କୁମାରସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି.ଶୁଭ୍ରଶଙ୍କର ଜ୍ୟୋତି, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ମହିଳା ସଂଗଠିକା ରଞ୍ଜିତା ଭକ୍ତା, ସମସ୍ତ କାଉନସିିଲର, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।

Comments are closed.