ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଭି. ରାଜଶେଖରନଙ୍କ ପରଲୋକ

ବେଙ୍ଗାଲୁରୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏମ.ଭି. ରାଜଶେଖରନଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିବା ରାଜଶେଖରନ ସୋମବାର ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୧ ବର୍ଷ ହୋଇଥିଲା। ୧୯୨୮ ସେପ୍ଟେମ୍ବର ୧୨ରେ ରାମନଗର ଜିଲାର ମାରଲାବାଡ଼ିରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କ ପତ୍ନୀ ଗିରିଜା ରାଜଶେଖରନଙ୍କ ସମେତ ଦୁଇ ଝିଅ ଅଛନ୍ତି। ରାଜଶେଖରନ ଜଣେ କୃଷକ ଏବଂ ଗ୍ରାମୀଣ ବିକାଶ ପରାମର୍ଶଦାତା ଥିଲେ। ରାଜଶେଖରନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଗଭୀର ଶୋକପ୍ରକାଶ କରିବା ସହିତ ସେ ଜଣେ ସରଳ, ନମ୍ର ଏବଂ ମହାନ ପରିପକ୍କ୍ବ ରାଜନେତା ଥିଲେ। ୟେଦୁରପ୍ପା ତାଙ୍କ ଅମରଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସବବେଦନା ଜଣାଇଛନ୍ତି।

Comments are closed.