ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଶୁକ୍ରବାର ସକାଳେ ହତ୍ୟା କରାଯାଇଛି । ସୁକୁଣ୍ଡା ଜଗନ୍ନାଥ ମନ୍ଦିର ରାସ୍ତାରେ ତାଙ୍କ ରକ୍ତାକ୍ତ ମୃତ ଦେହ ପଡିଛି । ଖବରପାଇ ଟାଉନ ଏସଡିପିଓ, ବଡବଜାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ମୃତ ପ୍ରଦୀପଙ୍କ ନାଁ ରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ଗତ କିଛିଦିନ ତଳେ ସେ ବ୍ରହ୍ମପୁର ମଣ୍ଡଳ କାରାଗରରୁ ପାରୋଲରେ ଘରକୁ ଆସିଥିଲେ । ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ହତ୍ୟାକାଣ୍ଡକୁ ନେଇ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ପ୍ରଦୀପ ବ୍ରହ୍ମପୁରରୁ ନିଜ ସ୍କୁଟି ଯୋଗେ ଅନନ୍ତେଇ ଯାଇଥିବା ବେଳେ ଦୁର୍ବୁତ୍ତମାନେ ଯୋଜନାବଦ୍ଧ ଭାବେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ଶୁଣିବାକୁ ମିଳିଛି ।

Comments are closed.