ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର । ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ (ଭେଣ୍ଟିଲେଟର)ରେ ରଖାଯାଇଛି । ତାଙ୍କର ସ୍ଥିତି ସଙ୍କଟାପନ୍ନ ରହିଛି ବୋଲି ସେନାବାହିନୀର ରିସର୍ଚ ଓ ରେଫରାଲ  ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଶ୍ରୀ ମୁଖାର୍ଜୀଙ୍କୁ ସୋମବାର ସେନା ହସପିଟାଲରେ ଭର୍ତି କରାଯାଇଥିଲା ଓ ତାଙ୍କର ମସ୍ତିଷ୍କରେ ଏକ ଅପରେସନ କରାଯାଇଥିଲା । ଏହାବ୍ୟତୀତ ସେ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ପରୀକ୍ଷା ବେଳେ ଜଣା ପଡ଼ିଥିଲା।

ଡ଼ାକ୍ତରଖାନାପକ୍ଷରୁ ଜାରି ଏକ ବୁଲେଟିନରେ କୁହାଯାଇଛି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ତାଙ୍କୁ ଭେଣ୍ଟିଲେଟର ମଧ୍ୟରେ ରଖାଯାଇଛି । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁତ ତାଙ୍କର ଅପରେସନ କରାଯାଇଛି । ଏହା ସତ୍ବେ ତାଙ୍କ ସ୍ଥିତିରେ କୌଣସି ଉନ୍ନତି ଦେଖା ଦେଇନାହିଁ ।

ବିଭିନ୍ନ ବିଶେଷଜ୍ଞ ଡ଼ାକ୍ତରମାନେ ନିୟମିତ ଭାବରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ସୋମବାର ପ୍ରଣବ ମୁଖାର୍ଜୀ ଟ୍ବିଟ୍ କରି ତାଙ୍କର କରୋନା ପଜିଟିଭ୍ ବାହାରିଥିବା ସୂଚନା ଦେଇଥିଲେ ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ପୃଥକବାସରେ ରହିବା ଓ କରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।

Comments are closed.