ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ କରୋନା ସଂକ୍ରମିତ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ଦେହ ଅସୁସ୍ଥ ହେବାରୁ ସ୍ୱାବ ପରୀକ୍ଷା କରାଯାଇଥିଲା। ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ମଙ୍ଗଳବାର ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ନୀଳଗିରିର ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ବ୍ଲକ କଂଗ୍ରେସ ସଭାପତି ମନୋରଞ୍ଜନ ପଣ୍ଡା, ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

Comments are closed.