ପୂର୍ବତନ ଇଂଲଣ୍ଡ କ୍ରିକେଟର୍‌ ଏଡରିଚ୍‌ଙ୍କ ପରଲୋକ

ଲଣ୍ଡନ୍‌ : ପୂର୍ବତନ ଇଂଲଣ୍ଡ କ୍ରିକେଟର୍‌ ଜନ୍‌ ଏଡରିଚ୍‌ଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ୧୦୩ଟି ଶତକ ହାସଲ କରିଥିଲେ। ସେହପରି ସେ ଇଂଲଣ୍ଡ ତରଫରୁ ୭୭ଟି ଟେଷ୍ଟ ଖେଳି ୫ହଜାରରୁ ଅଧିକ ରନ୍‌ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୧୨ଟି ଶତକ ଅନ୍ତର୍ଭୁକ୍ତ। ସେ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ୩୯ ହଜାର ରନ୍ ସଂଗ୍ରହ କରିଥିଲେ। ଏଡରିଚ୍‌ ୧୯୬୩ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୭୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଏଡରିଚ୍‌ଙ୍କ ପରଲୋକରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ୍‌ ହାରିସନ୍‌ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଇଆନ୍‌ ବୋଥାମ୍, ମାର୍କ ବୁଚର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Comments are closed.