ଲାଞ୍ଚ ନେଇ ଫରେଷ୍ଟର ଓ ୱାର୍ଡର ଗିରଫ

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କୁ ମିଛ ମାମଲାରେ ଫସାଇବାକୁ ଧମକ ଦେଇ ଲାଞ୍ଚ ନେବାବେଳେ ବେଗୁନିଆ  ସେକ୍ସନ ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ଓ ପ୍ରୋଟେକ୍ସନ ୱାର୍ଡର ଦୁର୍ଗାଚରଣ ପଣ୍ଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ପ୍ରାୟ ୧୦ଦିନ ତଳେ ଉଭୟେ  କୋଚିଆଖାଲ ଗ୍ରାମର ଚୈତନ୍ୟ ମହାରଣାଙ୍କ ଘର ଉପରେ ଚୋରାକାଠ  ରଖିବା ଅଭିେଯାଗରେ ଚଢାଉ କରିଥିଲେ। ମାତ୍ର ଶ୍ରୀ ମହାରଣାଙ୍କ ଘରୁ କୌଣସି କାଠ ମିଳି ନ ଥିଲା। ତେବେ ତାଙ୍କ ବିରୋଧରେ ମିଛ ମାମଲା କରି ଗିରଫ କରିବାକୁ ଶ୍ରୀ ମୁଦୁଲି ଧମକ ଦେଇଥିଲେ ।।  ୫ ହଜାର ଟଙ୍କା ଦେଲେ ତାଙ୍କ ବିରୋଧରେ କୌଣସି ମାମଲା କରିବେ ନାହିଁ ବୋଲି ଶ୍ରୀ ମୁଦୁଲି ଓ ଶ୍ରୀ ପଣ୍ଡା କହିଥିଲେ। ଏ ସଂକ୍ରାନ୍ତରେ ଶ୍ରୀ ମହାରଣା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଶୁକ୍ରବାର ଟଙ୍କା ଗ୍ରହଣ କରୁଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏଥିସହ ଫରେଷ୍ଟର ଶ୍ରୀ ମୁଦୁଲିଙ୍କ କୋଣାର୍କ ରାଉଳପାଟଣାସ୍ଥିତ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଥିଲା।

Comments are closed.