ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଦୁଆଘାଟ ଗ୍ରାମର ଦେବବ୍ରତ ରାଉତ ଘରେ ମଙ୍ଗଳବାର କେନ୍ଦୁଝର ଓ ପାଟଣା ବନ ବିଭାଗ ପକ୍ଷରୁ ତୁରୁମୁଙ୍ଗା ପୁଲିସ ସହାୟତା ଚଢ଼ାଉ କରାଯାଇଛି। ଏହି ସମୟରେ ସେଠାରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ବନ ବିଭାଗ ଏସିଏଫ୍ ଘନଶ୍ୟାମ ମହାନ୍ତ, ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କ ନେତୃତ୍ୱରେ ବନ ବିଭାଗ ଓ ପୋଲିସର ୪୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ। ଜବତ କାଠ ମଧ୍ୟରେ ଶାଳ, ପିଆଶାଳ, ପଟା, ଲଗ ଆଦି ରହିଥିବା ସୂଚନା ଦିଆଯାଇଛି।

Comments are closed.