ସୁରକ୍ଷା ନା ଦଳିୟ ପ୍ରଚାର: ସଫେଇ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତାମାନେ ପାସପୋର୍ଟ ଉପରେ ପଦ୍ମଫୁଲର ଚିହ୍ନକୁ ନେଇ ପ୍ରଶ୍ନ ଉଠାଇଥିଲେ।  ଏହି ଘଟଣାରେ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରରେ କହିଛନ୍ତି ଏହା ପାସକୋର୍ଟର ଜାଲିଆତି ରୋକିବା ସହ ଜାଲ ପାସପୋର୍ଟର ସନ୍ଧାନ ଏବଂ ଏହାର ସୁରକ୍ଷାକୁ ଅଧିକ ମଜଭୁତ କରିବା ପାଇଁ ବିଶେଷ ଭାବେ ବ୍ୟବହାର କରାଯାଇଛି।
କଂଗ୍ରେସ ସଦଶ୍ୟ ଏମକେ.ରାଘବନ କେରଳର କୋଜିକୋଡେରେ ଦିଆଯିବାକୁ ଆସିଥିବା ପାସପୋର୍ଟ ଉପରେ ପଦ୍ମଫୁଲ ଚିହ୍ନ ରହିଥିବା କଥା ଲୋକସଭାରେ କହିବା ସହ କହିଥିଲେ ଯେ ବିଜେପିର ଦଳର ଚିହ୍ନ ପଦ୍ମ ହୋଇଥିବାରୁ ଏହା ବ୍ୟବହାର କରାଯାଇଛି। ରାଘବନ ଆହୁରି ମଧ୍ୟ କହିଥିଲେ ସରକାରଙ୍କୁ ଅନୁରୋଧ ସେ ପଦ୍ମଫୁଲ ଚିହ୍ନକୁ ଉଠାଇ ନେବା ସହ ଘଟଣାର ଯାଞ୍ଚ କରନ୍ତୁ।
ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଗୁରୁବାର ଗଣମାଧ୍ୟକୁ ସୂଚନାଦେଇ କହିଛନ୍ତି ପଦ୍ମଫୁଲ ଦେଶର ଜାତୀୟ ପ୍ରତିକ ଏବଂ ଜାଲ୍ ପାସପୋର୍ଟକୁ ଚିହ୍ନିବା ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଏହା ବ୍ୟବହାର କରାଯାଇଛି।
ଅନ୍ତଜାର୍ତୀୟ ବିମାନ ଉଠାଣ ସଙ୍ଗଠନର ନିର୍ଦେଶ ଅନୁଯାଇ ସୁରକ୍ଷା ବ୍ୟବସ୍ଥା ପାଇଁ ଏହା ବ୍ୟବହାର କରାଯାଇଥିବା ରବିଶ କୁମାର କହିଥିଲେ। ସେ କହିଥିଲେ ପଦ୍ମ ଫୁଲ ବ୍ୟତିତ ଦେଶର ଅନ୍ୟ ଜାତୀୟ ପ୍ରତିକର ବ୍ୟବହାର କରାଯିବ। ବର୍ତ୍ତମାନ ପାସପୋର୍ଟରେ ପଦ୍ମଫୁଲ ବ୍ୟବହାର କରାଯାଇଛି। ଆଉଗୋଟେ ମାସ ପରେ ଆଉ ଗୋଟେ ଜାତୀୟ ଚିହ୍ନ ବ୍ୟବହାର କରାଯାଇପାରେ।

Comments are closed.