ଜଳଖିଆ ପାଇଁ ୭୦ ହଜାର ଟଙ୍କା !

ବ୍ୟବସାୟୀଙ୍କ ବୁଦ୍ଧି ପ୍ରଶଂସାଯୋଗ୍ୟ, ପାଠକେ ଖବର ସଂଲଗ୍ନ ଫଟୋକୁ ଦେଖିଲେ ଏହାର ତାତ୍ପର୍ଯ୍ୟ ବୁଝିପାରିବେ। ଏହି ସ୍ଥାନଟି ହେଉଛି ଥାଇଲାଣ୍ଡର ସୋନେଭାସ୍ଥିତ କୋ-କୁଡ୍ ରେସ୍ତୋରାଁର, ରିସୋର୍ଟ ସଂଲଗ୍ନ ଏଇ ରେସ୍ତୋରାଁ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ। ବିଶାଳ ଗଛର ଡାଳରେ ପାହାଚ ରହିବା ସହିତ ଚଢ଼େଇ ବସା ପରି ରେସ୍ତୋରାଁକୁ ରୂପ ଦିଆଯାଇଛି। ଏହି ସ୍ଥାନକୁ ‘ନେଷ୍ଟ ଇଟିଙ୍ଗ୍’ ଭାବେ ଜଣାଯିବା ସହ ଗ୍ରାହକ ବର୍ଷ ସାରା ଏଠାରେ ସକାଳ ଜଳଖିଆ କରିବାକୁ ଅନ୍-ଲାଇନ୍ ବୁକିଂରେ ଭିଡ଼ ଲଗାଇଥାନ୍ତି। ଦ୍ବିପହର କିମ୍ବା ରାତିବେଳା ସରୀସୃପଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ଏଇ ନେଷ୍ଟ ରେସ୍ତୋରାଁକୁ ବନ୍ଦ ରଖାଯାଏ, ପ୍ରତିଦିନ ସକାଳେ କିନ୍ତୁ ଜଳଖିଆ ପାଇଁ ଗ୍ରାହକଙ୍କ ଭିଡ଼ ଏଠି ଜମେ। ପାଠକ ଜାଣି ଆଶ୍ଚର୍ଯ୍ୟ ହେବେ, ଏଇ ପକ୍ଷୀ ବସାରେ ଜଳଖିଆ କରିବାକୁ ହେଲେ ୬୦ହଜାର ଟଙ୍କା ଅଗ୍ରୀମ ପଇଠ କରିବାକୁ ପଡ଼େ। ତହିଁ ଆରଦିନ ସକାଳୁ ଗ୍ରାହକଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଏ, ସମସ୍ତ ପ୍ରକାରର ଦେଶୀ ଥାଇଲାଣ୍ଡ ବ୍ୟଞ୍ଜନ ହିଁ ସେଠାରେ ପରଷାଯାଏ। କେବଳ ଚାରିପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ନିଆରା ଅନୁଭୂତି ପାଇଁ ଗ୍ରାହକଙ୍କ ନିକଟର ୬୦ହଜାର ପାଉଣା ନିଆଯାଏ, ଗ୍ରାହକମାନେ ମଧ୍ୟ ବିନା ଦ୍ବିଧାରେ ଥରୁଟିଏ ଜଳଖିଆ କରିବାକୁ ୬୦ହଜାର ଟଙ୍କା ଦେବାରେ ଆଦୌ କାର୍ପଣ୍ୟତା କରିନଥାନ୍ତି।

Comments are closed.