ପୂର୍ବତନ ଜାତୀୟ ଫୁଟବଲର ଅସିତ୍ ପାତ୍ରଙ୍କ ଦେହାନ୍ତ

କଟକ: ପୂର୍ବତନ ଜାତୀୟସ୍ତରୀୟ ଫୁଟବଲ ଖେଳାଳି ଅସିତ୍‌ ପାତ୍ର(୬୪)ଙ୍କ ମଙ୍ଗଳବାର ହେହାନ୍ତ ହୋଇଛି। ମୟୂରଭଞ୍ଜ ଜିଲା ବାରିପଦାର ସ୍ବର୍ଗତ ଅସିତ୍‌ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଏଜିରେ ଚାକରି କରି ଅବସର ଗ୍ରହଣ କରିଥିବା ସ୍ବର୍ଗତ ପାତ୍ର ୧୯୭୦ରେ ଓଡ଼ିଶା ପାଇଁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ବ କରିଥିଲେ।

ଏହାଛଡା ରାଜ୍ୟର ପ୍ରତିଷ୍ଠିତ କ୍ଳବ ରାଇଜିଂ ଷ୍ଟାର ଓ ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ ଖେଳିଥିଲେ। ଅସିତ୍‌ଙ୍କ ପରଲୋକରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଶୋକ ପ୍ରକାଶ କରିବା ସହିତ ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.