ଗେହ୍ଳମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବୌଦ୍ଧ  : ବୌଦ୍ଧ କଚେରୀ ପଡିଆରେ ଗେହ୍ଳାମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସୋମବାର ଥିଲା ତୃତୀୟ ଦିବସ । ତୃତୀୟ ଦିବସରେ ପ୍ରଥମ ମ୍ୟାଚଟି ସରସରା ଓ ବଲାସିଙ୍ଗା ମଧ୍ୟରେ  ଅନୁଷ୍ଠିତ ହୋଇଥିଲା। ଖେଳରେ ବଲାସିଙ୍ଗା ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା। ସେହିପରି ଦିତୀୟ ମ୍ୟାଚରେ ଗିରାସିଙ୍ଗା ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟାଇବ୍ରେକର ଜରିଆରେ ୪-୩ ଗୋଲରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ବିଜୟୀ ହୋଇଥିଲ। । ଖେଳରେ ଅତିଥିଭାବେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସାହୁ ଓ ଅବସରପ୍ରାପ୍ତ ଖେଳ ଶିକ୍ଷକ ରଞ୍ଜିତ କୁମାର ରାଉତ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ରେଫରୀ ବିଭୁତି ବେହେରା, ବିକ୍ରମ ନାଏକ, ଗରୀବ ବେହେରା ଓ ଅମିତ ନାଏକ ଓ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଗେହ୍ଳମା ବ୍ଳକ ପକ୍ଷରୁ ଅନୁଷ୍ଠିତ ହେଉଅଛି।

Comments are closed.