ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଲାଦେରପାଲି ବିଜୟୀ

ରେଙ୍ଗାଲିକ୍ୟାମ୍ପ : ଜାଙ୍ଗେଡ ହାଇସ୍କୁଲ ଖେଳ ପଡିଆରେ ସୋମବାର ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ଟିଦଳ ଅଂଶ ଗ୍ରହଣ କରିଥିଲେ ‌। ଲାଦେରପାଲି ଓ ପୁଟପୁଟପାଲି ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଟାଇବେକ ରେ ୪-୩ ଗୋଲରେ ପୁଟପୁଟ ପାଲି ଦଳକୁ ହରାଇ ଲାଦେରପାଲି ଦଳ ବିଜୟୀ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଓ‌ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଭାଗବତିଆ ସିଂ, ଜିଲ୍ଲା ପରିଷଦ ସୁଦାମ ଜାଲ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସମିତି ସଭ୍ୟ ଅର୍ଜୁନ ବିଭାର, ନରେନ୍ଦ୍ର ସାହୁ ସାନ୍ତନୁ ଡନସନା, ଲକ୍ଷ୍ୟ ପତି ନାୟକ ,ଏମ ସତବାବୁ , ସଂସାର ପ୍ରଧାନ, ସୁରଥ ମିର୍ଦ୍ଧା, ଛାଳୁ ଵୁଡେକ, ଲଳୀତ ଗଡାତିଆ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ମଞ୍ଚାସିନ ଅତିଥି ମାନେ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଖେଳକୁ ପ୍ରଦୀପ ଭୋଇ, ଲୋକନାଥ ବାରିକନା,ପଙ୍କଜ ମିର୍ଦ୍ଧା,ସୁଶାନ୍ତ ମିର୍ଦ୍ଧା ପରିଚାଳନା କରିଥିଲେ। ଏଥିରେ ସହଯୋଗ କରିଥିଲେ ଖିରେଶ୍ୱର୍ ସାହୁ,ସୁଦାମ ଭୁଏ ।

Comments are closed.