ପୁର୍ବତନ ଖ୍ୟାତନାମା ଫୁଟବଲ ଖେଳାଳୀ ପରମାନନ୍ଦ ଖାଲକୋଙ୍କ ନିଧନ

ସମ୍ବଲପୁର – ଅବିଭକ୍ତ ସମ୍ବଲପୁର ଜିଲାର ପୂର୍ବତନ ଖ୍ୟାତନାମ ଫୁଟବଲ ଖେଳାଳୀ ପରମାନନ୍ଦ ଖାଲକୋ ଙ୍କ ୯୦ ବର୍ଷ ବୟସରେ ନିଧନ ହୋଇଯାଇଛି । ଅନେକ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଖାଲକୋ ତାଙ୍କର ବ୍ରଜରାଜନଗର ସ୍ଥିତ ବାସଭବନ ଠାରେ ଗୁରୁବାରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୬୦ ଦଶକରେ ରାଜ୍ୟର ଅନ୍ୟତମ ଖ୍ୟାତନାମ ଫୁଟବଲ ଖେଳାଳି ସମୁହ ‘ଖାଲୋକ ବ୍ରଦର୍ସ’ ଙ୍କ ସାନ ଭାଇ ଥିଲେ । ସେ ସମୟରେ ଖାଲକୋ ଭାଇ ମାନେ ସାରା ରାଜ୍ୟରେ ଫୁଟବଲ ଜଗତରେ ବେଶ ସୁନାମ ଅର୍ଜନ କରିଥିଲେ ।

ସ୍ୱର୍ଗତ ଖାଲକୋ ଓଡିଶା ଦଳକୁ ୫ ଥର ସନ୍ତୋଷ ଟ୍ରଫି ଫୁଟବଲ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ । ଏଥି ସହ ସେ ଓଡିଶା ଦଳର ୨ ଥର କ୍ୟାପଟେନ ମଧ୍ୟ ରହିଥିଲେ । ପଶ୍ଚିମ ଓଡିଶାରେ ଫୁଟବଲକୁ ଲୋକପ୍ରିୟ କରାଇବାରେ ସେ ବେଶ ଉଦ୍ୟମ କରିଥିଲେ । ସ୍ୱର୍ଗତ ଖାଲକୋ ରାଜ୍ୟ ସରକାଙ୍କ ଦ୍ୱାରା ପ୍ରଦତ୍ତ କ୍ରିଡାବିତ ପେନସନ ପାଉଥିଲେ । ସେ ତାଙ୍କର ପଛରେ ଧର୍ମପତ୍ନୀ, ୩ ପୁତ୍ର ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି । ତାଙ୍କର ନିଧନରେ ସମ୍ବଲପୁର ମାର୍ଷ୍ଟର ଏଥେଲେଟିକ୍ସ ଏସୋସିଏସନର ସଂଗ୍ରାମ କେଶରୀ ସାହାଣୀ, ଜିଲା ସନ୍ତରଣ ସଂଘ, ୟଙ୍ଗ ବଏଜ ଏସୋସିଏସନ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇ ପରିବାରବର୍ଗଙ୍କୁ ସମବେଦନା ଦିଆଯାଇଛି ।

Comments are closed.