ସର୍ବଭାରତୀୟ ଆନ୍ତଃବିଶ୍ବବିଦ୍ୟାଳୟ ମହିଳା ଫୁଟବଲ ଆରମ୍ଭ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡ଼ିଆରେ ଗୁରୁବାର ସର୍ବଭାରତୀୟ ଆନ୍ତଃବିଶ୍ବବିଦ୍ୟାଳୟ ମହିଳା ଫୁଟବଲ ଚମ୍ପିଆନସିପ୍‌ ଆରମ୍ଭ ହୋଇଛି। ପ୍ରଥମଦିନ ପ୍ରତିଯୋଗିତାର ୧୨ଟି ଲିଗ୍‌ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଜିଏନ୍‌ଡିୟୁ ଅମୃତସର ୩-୧ ଗୋଲରେ ଏନ୍‌ଏନ୍‌ଆଇପିଇ ଗ୍ବାଲିୟରକୁ, ଆନାମାଲାଇ ବିଶ୍ବବିଦ୍ୟାଳୟ ୧୫-୦ ଗୋଲରେ ବିଆରଏ ବିହାର ବିଶ୍ବବିଦ୍ୟାଳୟକୁ, ୟୁନିଭରସିଟି ଅଫ ମାଡ୍ରାସ ୪-୦ ଗୋଲରେ ମିଜୋରାମ ବିଶ୍ବବିଦ୍ୟାଳୟକୁ, ପଞ୍ଜାବ ବିଶ୍ବବିଦ୍ୟାଳୟ ୭-୦ ଗୋଲରେ ରାଣୀ ଦୁର୍ଗାବତୀ ବିଶ୍ବବିଦ୍ୟାଳୟକୁ, ମଦୁରାଇ କାମରାଜ ବିଶ୍ବବିଦ୍ୟାଳୟ ୫-୦ ଗୋଲରେ ବିଦ୍ୟାସାଗର ବିଶ୍ବବିଦ୍ୟାଳୟକୁ, ୟୁନିଭରସିଟି ଅଫ କାଲିକଟ୍‌ ୪-୦ ଗୋଲରେ ରାଞ୍ଚି ବିଶ୍ବବିଦ୍ୟାଳୟକୁ, ଏମ୍୍ଡିୟୁ ରୋହତକ ୧-୦ ଗୋଲରେ ସାବିତ୍ରୀ ବାଈ ବିଶ୍ବବିଦ୍ୟାଳୟ ପୁଣେକୁ, ଜିଏନ୍‌ଡିୟୁ ଅମୃତସର ୨-୦ ଗୋଲରେ ମିଜୋରାମକୁ, ଏଲଏନ୍‌ଆଇପିଇ ଗ୍ବାଲିୟର ୨-୦ ଗୋଲରେ ୟୁନିଭରସିଟି ଅଫ ମାଡ୍ରାସକୁ, ଆନାମାଲାଇ ବିଶ୍ବବିଦ୍ୟାଳୟ ୩-୦ ଗୋଲରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛନ୍ତି। ତେବେ ବିଆରଏମ୍‌ ବିହାର-ରାଣୀ ଦୁର୍ଗାବତୀ ବିଶ୍ବବିଦ୍ୟାଳୟ ଓ ଗୋଆ ବିଶ୍ବବିଦ୍ୟାଳୟ- ଦିଲ୍ଲୀ ବିଶ୍ବବିଦ୍ୟାଳୟ ମଧ୍ୟରେ ମ୍ୟାଚ ଡ୍ର ରେ ଶେଷ ହୋଇଛି। ପ୍ରତିଯୋଗିତାରେ ୪ଟି ଜୋନ୍‌ରୁ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାକୁ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ତଥା ପ୍ରଶିକ୍ଷିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉଦ୍‌ଘାଟନ କରିଥିଲେ। କିଟ୍‌ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ପ୍ରତିିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୨ରେ ଏହି ପ୍ରତିଯୋଗିତା ଉଦ୍‌ଯାପନ ହେବ।

Comments are closed.