ଷ୍ଟେଶନରେ ଖସିଲା ଫୁଟ୍‌ ଓଭରବ୍ରିଜ ଛାତ, ୬ ଯାତ୍ରୀ ଆହତ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ରେଳ ଷ୍ଟେଶନରେ ଗୁରୁବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଷ୍ଟେଶନରେ ଥିବା ଫୁଟ୍‌ ଓଭରବ୍ରିଜ ଛାତର ଏକ ଅଂଶ ଖସିପଡ଼ିବାରୁ ୬ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ କେତେଜଣ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଫୁଟ୍‌ ଓଭରବ୍ରିଜ ପୁରୁଣା ହୋଇଯିବା ଏବଂ ମରାମତି ଅଭାବରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

Comments are closed.