ବୀର ବଜରଙ୍ଗବଳୀ କ୍ଳବ୍ ପକ୍ଷରୁ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବରଗଡ଼ ଇଉନାଇଟେଡ ଦଳ ବିଜୟୀ

ରେଙ୍ଗାଲିକେମ୍ପ୍:ଅତାବିରା ଏନ୍ଏସିସ୍ଥିତ ୱାର୍ଡ ନଂ ୯ ଲାଦେରପାଲି ଖେଳ ପଡିଆ ଠାରେ ବୀର ବଜରଙ୍ଗବଳୀ କ୍ଳବ୍ ପକ୍ଷରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦୁର୍ଗାପ୍ରସାଦ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବରପାଲି, କରଡୋଲକ୍ଷ ୩ବି କ୍ଲବ୍, ହୀରାକୁଦ, ଜୟ ଭାରତ ସ୍ପଟିଂ , ବରଗଡ଼ ଉନାଇଟେଡ, ସମ୍ବଲପୁର ଅରୁଣ ୧୧, ଜମାଦାରପାଲି ଓ ପଡିଆବାହଲ ଆଦି ଜିଲ୍ଲାରୁ ମୋଟ ଆଠଟି ଦଳ ଅଂଶଗ୍ରହଣ କରିଥିଲେ।

 

ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବରଗଡ଼ ଇଉନାଇଟେଡ ଓ ହୀରାକୁଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏଥିରେ ବରଗଡ଼ ଇଉନାଇଟେଡ ଦଳ ବିଜୟୀ ହୋଇଥିଲା। ହୀରାକୁଦ ଦଳକୁ ରନର୍ସ ଅପ୍ ଭାବେ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶୁ ବିଶେଷଜ୍ଞ ଡଃ ପଲଉ ପ୍ରଧାନ, ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ଗୋକୁଳ ଚିରଗୁଣ, ବିନୋଦ ନାଏକ, ଗୋବିନ୍ଦ ପ୍ରଧାନ, ସୁବାସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସରୋଜ ପ୍ରଧାନ, ପ୍ରଦୀପ ପ୍ରଧାନ ଖେଳ ତଥା ମଞ୍ଚ ପରିଚାଳନା କରିଥିଲେ।

Comments are closed.