ଖାଦ୍ୟ ସାମଗ୍ରୀ ସହ ଜଡିତ କେତେକ ଜାଣିବା କଥା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ବଳକା ଖାଦ୍ୟ ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖି ଦେଇଥାଆନ୍ତି। ମାତ୍ର କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା ଉଚିତ ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏହା ବିଷୟରେ…….
କଦଳୀ –
କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର କଳା ପଡ଼ି ପଚି ନଷ୍ଟ ହୋଇଯାଏ। ଏତଦ ବ୍ୟତୀତ କଳଦୀକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରୁ ଇଥାଈଲୀନ ନାମକ ଗ୍ୟାସ ନିର୍ଗତ ହୋଇ ଫ୍ରିଜରେ ଥିବା ଅନ୍ୟାନ୍ୟ ଖାନ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରିଥାଏ।
କମଳା , ଲେମ୍ବୁ –
କମଳା , ଲେମ୍ବୁର ସ୍ୱାଦ ଖଟା। ଏଥିରେ ସିଟ୍ରିକ ଏସିଡ଼ ଥିବାରୁ ଏହା ଥଣ୍ଡା ସହ୍ୟ କରିପାରିନଥାଏ ଓ ଏହାର ରସ ଓ ଚୋପା ଶୁଖିଯାଏ। ଯାଦ୍ୱାରା ଏହାର ସ୍ୱାଦ ଓ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ।
ଅଙ୍ଗୁର –
ଅଙ୍ଗୁରକୁ ନଧୋଇ ଏହାକୁ ଫ୍ରିଜରେ ରଖି ପାରିବେ। ମାତ୍ର ଏହାକୁ ଧୋଇ ରଖିଲେ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ। ଆପଣ ଏକ ପ୍ଲାଷ୍ଟିକ ଜରିରେ ଏହାକୁ ଭର୍ତ୍ତି କରି ରଖି ପାରିବେ।
ସେଓ –
ସେଓରେ ଏନଜାଇମ୍ସ ଏକ୍ଟିବର ମାତ୍ରା ଅଧିକ ରହିଛି। ଯାଦ୍ୱାରା ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ପାଚି ନଷ୍ଟ ହୋଇଯାଏ।
ଆମ୍ବ –
ଆମ୍ବକୁ ମଧ୍ୟ ଫ୍ରିଜରେ ରଖିବା ଅନୁଚିତ। କାରଣ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ହ୍ରାସ ପାଇଥାଏ ଓ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ।
ଅଣ୍ଡା –
ଅଣ୍ଡାରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି। ମାତ୍ର ଏହାକୁ କଞ୍ଚା କିମ୍ବା ପ୍ରସ୍ତୁତ କରି ଫ୍ରିଜରେ ରଖିଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଆବଶ୍ୟକ ପରିମାଣରେ ଅଣ୍ଡା ଆଣି ଏହାକୁ ସେହି ଦିନ ହିଁ ବ୍ୟବହାର କରନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ।
ପନିର –
ପନିର ଫ୍ରିଜରେ ରଖିପାରିବେ। ମାତ୍ର ଏହାକୁ ଏକ ପ୍ଲାଷ୍ଟିକ ଡ଼ବା ମଧ୍ୟରେ ରଖି ପାଣି ଭର୍ତ୍ତି କରି ଡ଼ବାର ଖୋଳ ବନ୍ଦ କରନ୍ତୁ ଯେପରି ଏହା ପାଣିରେ ଡ଼ୁବିବା ଭଳି ରହିବ।
ପାଉଁରୁଟି –
ପାଉଁରୁଟିର ପ୍ୟାକେଟକୁ ଖୋଲିବା ପରେ ଏହାକୁ ଗୋଟିଏ ଦିନରୁ ଅଧିକ ଫ୍ରିଜରେ ରଖନ୍ତୁ ନାହିଁ। ମାତ୍ର ଯଦି ପ୍ୟାକେଟ ଖୋଲି ନଥିବେ , ତେବେ ଏହାକୁ ୨ ଦିନ ଫ୍ରିଜରେ ରଖି ପାରିବେ।
ଆମିଷ –
ଯେକୌଣସି ଆମିଷକୁ ଫ୍ରିଜରେ ରଖି ପାରିବେ । ମାତ୍ର ୩ , ୪ ଦିନରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ।
ପନିପରିବା –
ପନିପରିବାକୁ ଅଧିକ ଦିନ ଫ୍ରିଜରେ ରଖନ୍ତୁ ନାହିଁ। କଟା ପିଆଜ ଆଦୌ ଫ୍ରିଜରେ ରଖନ୍ତୁ।

Comments are closed.