ଖାଦ୍ୟସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବୋଲଗଡ଼ : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ୍ କଲଚରାଲ ସେଣ୍ଟର ଆଣ୍ଡ ଦି ହଙ୍ଗର ପ୍ରୋଜେକ୍ଟ ଆନୁକୁଲ୍ୟରେ ବୋଲଗଡ ବ୍ଲକ ପରିସରରେ ଖାଦ୍ୟ ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଉନ୍ନୟନ ଅଧିକାରୀ ଧୋବେଇ ନାଏକ ଏବଂ ସିଡିପିଓ ବନବାସିନୀ ବିଶ୍ୱାଳ ପତକା ଦେଖାଇ  ରଥକୁ ଉଦ୍‌ଘାଟନ କରିଥିଲେ। ବୋଲଗଡ ବ୍ଲକର ବିତ୍ତଅଧିକାରୀଣୀ  ସୈାଦାମିନୀ ବେହେରା , ବିଏସଏସଓ କାମଦେବ ନାୟକ,ବିପିଏମ ପ୍ରକାଶ ବଳିୟାରସିଂହ, ଜିପିଓ ତ୍ରିନାଥ ରାଉଳଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ରଥ ବୋଲଗଡ ବ୍ଲକର ୧୦ଗୋଟି ପଞ୍ଚାୟତ ବୋଲଗଡ, ଡାବରଧୁଆ ପାଟଣା, ଖଙ୍ଗୁରିଆ, ଦଳେଇସାହି, ଫାସିଓଦା ,କଳାଙ୍ଗ, ବଡକୁମାରୀ, ସାଗରଗୁଆଁ, ପାଟପୁରଶାସନ, ବାଙ୍କୋଇ ପଞ୍ଚାୟତ ଗୁଡିକରେ ପରିକ୍ରମା କରିବା ସହିତ ରାସାୟନିକ ସାର ଠାରୁ ଦୂରରେ ରହି କିପରି ନିଜ ବାଡି ବା କ୍ଷେତରେ ଜୈବିକ ଉପାୟରେ ପ୍ରସ୍ତୁତ କୃଷିଜାତ ଦ୍ରବ୍ୟକୁ ବହୁ ପରିମାଣରେ ଉତ୍ପାଦନ କରିବା ଖାଦ୍ୟ ସୁରକ୍ଷା ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ପିପୁଲସ୍ କଲଚରାଲ(ପିକକ୍) ଅନୁଷ୍ଠାନର ବ୍ଲକ ସଂଯୋଜକ ବାମଦେବ ଜେନା ମତବ୍ୟକ୍ତ କରିଥିଲେ। ଏହି ଯାତ୍ରା ସମୟରେ ଗ୍ରାମମାନଙ୍କରେ ସଚେତନତା ବାର୍ତ୍ତା ସମ୍ବଳିତ ଲିଫ୍ଲେଟ ଓ ନାଟକ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଉଥିବାରୁ ଏକ ନିରୋଗ ଏବଂ ସୁସ୍ଥ ସମାଜ ଗଠନ ପାଇଁ ଅନୁଷ୍ଠାନର ଅଭିଯାନକୁ ବିଡିଓ ଶ୍ରୀ ନାଏକ ପ୍ରଶଂସା କରିଥିଲେ।

Comments are closed.