ସୁସ୍ଥ ଶରୀର ପାଇଁ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ

ବହୁ ଲୋକଙ୍କର ଅଭ୍ୟାସ କମ ସମୟ ବ୍ୟବଧାନରେ କିଛି ନା କିଛି ଖାଦ୍ୟ ଖାଇବା। ପାଟିର ସୁଆଦ ପାଇଁ ହେଉ ଅଥବା ନିଜର ସଉକ ପାଇଁ। ଅଧିକାଂଶ ଲୋକ ଲୁଣିଆ, ଚିପ୍ସ, ବିସ୍କୁଟ ଆଦି ନିଜ ପସନ୍ଦରେ ଖାଇଥାଆନ୍ତି। ମାତ୍ର ଏହା ଶରୀରର ଓଜନ ବୃଦ୍ଧି କରିବା ସହ ଅନେକ ସମୟରେ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ମାତ୍ର ଏପରି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ ଯାହାକୁ ଆପଣ ନିଜ ଖାଦ୍ୟରେ ସାମିଲ କରିବା ସହ ସୁସ୍ଥବାନ ରହିବେ ଓ ଓଜନ ମଧ୍ୟ ହ୍ରାସ ହେବ………..
ଡ଼୍ରାଏ ଫ୍ରୁଟ୍ସ –
ବିଭିନ୍ନ ପ୍ରକାର ଡ଼୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଶରୀର ଠାରୁ ଅନେକ ରୋଗକୁ ଦୂରରେ ରଖେ। ଶରୀର ସୁସ୍ଥ ରହିଥାଏ।
ଚଣା – ଚଣା ଖାଇବା ଦ୍ୱାରା ଦିନଯାକ କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ। ହାଲିଆ ଅନୁଭବ ହୋଇନଥାଏ।
ସାଲାଡ଼ – ସାଲାଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ଯୋଗାଇଥାଏ।
ଜୁସ – ଚା’ ଓ କଫି ପିଇବା ପରିବର୍ତେ ଆପଣ ଜୁସ ପିଇପାରିବେ। ଏହା ଦ୍ୱାରା ଶରୀରକୁ ଭରପୁର ମାତ୍ରାରେ ଭିଟାମିନ ମିଳିବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥାଏ।
ଫଳ – ବିଭିନ୍ନ ପ୍ରକାର ଫଳରେ ଭିନ୍ନ ଭିନ୍ନ ଭିଟାମିନ ରହିଛି। ତେଣୁ ଭୋକ ସମୟରେ ହେଉ ଅଥବା ଅନ୍ୟ ସମୟ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ।
ଦହି – ସପ୍ତାହକୁ ୨ କିମ୍ବା ୩ ଥର ନିଶ୍ଚୟ ଦହି ପିଅନ୍ତୁ। ଏହା ଦ୍ୱାରା ପେଟ ଥଣ୍ଡା ହେବା ସହ ଶରୀରରେ ଜଳୀୟଅଂଶର ଅଭାବ ହୋଇନଥାଏ।

Comments are closed.