କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର: ଆଜି ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ବ୍ରହ୍ମପୁର ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଦିନକୁ ଅଭିନଵ ଢଙ୍ଗରେ ପାଳନ କରାଯାଇଛି। କୋର୍ଟପେଟା ସ୍ଥିତ ଜଗନ୍ନାଥ ମନ୍ଦିର ପାଖରୁ ଆରମ୍ଭ କରି ଗେଟବଜାର ପାଖରେ ଥିବା ଭୋକିଲା, ନିରାଶ୍ରୟମାନଙ୍କୁ ନୂତନ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏଥିସହ ଲୋକମାନଙ୍କୁ କରୋନା ସଚେତନତା ବାର୍ତା ଦେବା ସହ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି।

ଟ୍ରଷ୍ଟ ପ୍ରତିଷ୍ଠାତା ରଞ୍ଜନା ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୟ କୃଷ୍ଣ ମହାନ୍ତି, ସ୍ବର୍ଣ୍ଣଲତା ସାହୁ, ମନୋରଞ୍ଜନ ଚୌଧୁରୀ, ବିଷ୍ଣୁ ପ୍ରିୟା ପାଢ଼ୀ, ଅଞ୍ଜଳି ମହାନ୍ତି, ସୋନମ ଦାସ, ଉଷାରାଣୀ ପଟ୍ଟନାୟକ, ସସ୍ମିତା ସାହୁ, ପି କୋମଳି, ସୁଜାତା ମହାପାତ୍ର, ବାବୁଲା ମହାପାତ୍ର, ରୋନାଲି ପାଣିଗ୍ରାହୀ, ବଂଶୀଧର ଦାସ, ସନ୍ତୋଷ ପାଣିଗ୍ରାହୀ, ଟି ବିଜୟ ରାଓ, ସନ୍ତୋଷିନୀ ସାବତ, ଅନିତା ସାହୁ ଓ ଅଶୋକ ପାଣିଗ୍ରାହୀଙ୍କ ସମେତ ଟ୍ରଷ୍ଟର ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ରହିଛନ୍ତି ଥିଲେ।

Comments are closed.