କୋଭିଡ ସମୟରେ ସାହାଯ୍ୟର ହାତ ବଢ଼ାଇଛି ଫିଲୋସିପି ସେଣ୍ଟର

ନବରଙ୍ଗପୁର : କରୋନା ସଂକ୍ରମଣ ଆରମ୍ଭରୁ ଫିଲୋସିପି ସେଣ୍ଟର ନାମକ ଏକ ସଂସ୍ଥା ଗରିବମାନଙ୍କ ପାଇଁ ଏକ ସାହାରା ହୋଇଥିବା ଦେଖିବାକୁ ମିଳିଛି । ଏହି ସଂସ୍ଥା କରୋନାର ପ୍ରଥମ ଲେହର ଆରମ୍ଭରୁ ବର୍ତ୍ତମାନ ପର୍ୟ୍ୟନ୍ତ ଗରିବ ଭିନ୍ନକ୍ଷମ, ବିଧବା ଏବଂ ଶିଶୁମାନଙ୍କୁ କୋରନା ସମୟରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ପଞ୍ଚାୟତରେ ଖାଦ୍ୟପେୟ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଲିଛି । ଆଜି ଫିଲୋସିପି ସେଣ୍ଟରର ନିର୍ଦେଶକ ସରୋଜ କୁମାର ହିଆଲ, ପତ୍ନୀ-ମାଲବିକା ହିଆଲ, ଦୁଇପୁଅ ସମେତ ସେଣ୍ଟର କିଛି ସଭ୍ୟ ନବରଙ୍ଗପୁର ବଡ଼ କୁମୁଲି ସ୍ଥିତ ନିଜ ବାସ ଭବନ ଠାରେ ୩୦୦ରୁ ଅଧିକ ବିଧବା ଓ ଭିନ୍ନକ୍ଷମମାନଙ୍କୁ ୧ ମାସର ରେସନ ସହ ୨୫ କେଜି ପକେଟ ଚାଉଳ ପ୍ରଦାନ କରିଥଲେ । ଆଗରୁ ଏହି ସେଣ୍ଟର ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ , ପାପଡାହାଣ୍ଡି ବ୍ଲକ ଓ ନବରଙ୍ଗପୁର ବ୍ଲକର ବିଭିନ୍ନ ପଂଚାୟତରେ କୋଭିଡ ସମୟରେ ଶିଶୁମାନଙ୍କୁ ଶିଶୁ ଖାଦ୍ୟ ଓ ଗରିବମାନଙ୍କୁ ରେସନ ଦେଇ ଆସୁଛି ବୋଲି ସେଣ୍ଟର ନିର୍ଦେଶକ ସରୋଜ କୁମାର ହିଆଲ କହିଛନ୍ତି ।

Comments are closed.