ଶ୍ରମିକ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ବଣ୍ଟନ

ଟିଟିଲାଗଡ : ଟିଟିଲାଗଡ ରେଳଷ୍ଟେସନରେ ଆଜି ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଗୁନ୍ଟୁରରୁ ଡାଲଟନଗଞ୍ଜ ଏବଂ  ତ୍ରିଚୁରରୁ ବାଲେଶ୍ୱର ରହଣୀ ହୋଇଥିଲା। ଏନେଇ ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକଙ୍କ ତତ୍ୱାବଧାନରେ ରେଲବାଇ ଆଇଆରସଟିସି ପକ୍ଷରୁ ଟ୍ରେନର ପ୍ରାୟ ୨୭୦୦ ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏନେଇ ଆରପିଏଫ ଏବଂ ଜିଆରପି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଥିଲା। ରେଲବାଇ ଷ୍ଟେସନ ଅଫିସର ଏସକେ ଚକ୍ରବର୍ତ୍ତୀ, ଆରପିଏଫ ପୋଷ୍ଟ କମାଣ୍ଡର ଏମଏସ କୁମାୱତ, ଜିଆରପି ଅଧିକାରୀ ଅବନି ସାହୁ ତଥା ରେଲବାଇର ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ସହାୟତା କରିଥିଲେ।

Comments are closed.